Latest Odisha News

BREAKING NEWS

ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି, ଖର୍ଚ୍ଚ ହେବ ୨୫୦କୋଟି ଟଙ୍କା 

କଟକ:ନୂଆ ରୂପ ସହ ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି। ରାଜ୍ୟ ସରକାର ଏଥି ପାଇଁ ୨୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନୂଆ ରୂପ ସହ ଛାତ୍ରଛାତ୍ରୀମାନେ ଉନ୍ନତ ସୁବିଧା ପାଇ ପାରିବେ। ଅଧିକ ଛାତ୍ରାଵାସ, ଛାତ୍ରୀନିଵାସ, ସ୍ମାର୍ଟ ଶ୍ରେଣୀ ଗୃହ, ଆଧୁନିକ ଶୌଚାଳୟ ଓ କ୍ରୀଡା ଭିତ୍ତିଭୂମି ଆଦି ନିର୍ମାଣ କରାଯିଵ ଵୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ଏହା ଦ୍ବାରା ରେଭେନ୍ସା ଭିତ୍ତିଭୂମି ଦୃଷ୍ଟିରୁ ରାଜ୍ୟରେ ଅଗ୍ରଣୀ ଵିଶ୍ବଵିଦ୍ୟାଳୟରେ ପରିଣତ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅତନୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଅର୍ଥ ମଞ୍ଜୁର କରିଛନ୍ତି। ଯାହାକୁ ନେଇ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏହି ଟଙ୍କାରେ ରେଭେନ୍ସାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବା ନେଇ ଯୋଜନା ରହିଛି ।

Leave A Reply

Your email address will not be published.