Latest Odisha News

BREAKING NEWS

ବଲିଉଡ଼ରେ ପାଦ ଥାପିବେ ଇରଫାନ ପଠାନ୍ !

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରିବା ପରେ ଟିମ୍ ଇଣ୍ଡଆ ଅଲରାଉଣ୍ଡର ଇରଫାନ ପଠାନ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମୁହଁ ଖୋଲିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ କୋଚ, ଭାଷ୍ୟକାର ପାଇଁ ଚେଷ୍ଟା କରିବେ । ଏହା ବ୍ୟତୀତ ଫିଲ୍ମରେ ଅଭିନୟ କରିବା ପାଇଁ ନିଷ୍ପତି ନେଇଛି । ଏପରି କି ସେ ଗୋଟିଏ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ମଧ୍ୟ ହୋଇ ସାରିଛନ୍ତି । କ୍ରିକେଟ ମୋତେ ବହୁତ କିଛି ଦେଇଛି ମୁଁ, ସେଥିପାଇଁ ନିଶ୍ଚିତ ଭାବେ ଏହାର ଋଣ ମୁଁ ଶୁଝିବି ।

ଏବେ ଜମ୍ମୁ ଓ କଶ୍ମୀରର ମେଂଟର ଭାବେ କାର୍ଯ୍ୟ କରୁଛି ଏବଂ ଏକ ତାମିଲ ଫିଲ୍ମରେ ଅଭିନୟ କରିବି ବୋଲି କହିଛନ୍ତି । ଏହି ଅବସରରେ ସେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକ ଦକ୍ଷତାଙ୍କୂ ଭୂୟସୀ ପ୍ରଶଂସା କରିଥିଲେ । ଏହା ବ୍ୟତୀତ ସେ ଦୁଃଖରେ କହିଥିଲେ, ଯେଉଁ ବୟସରେ ସମସ୍ତେ ଅନ୍ତର୍ଜାତୀୟ କ୍ରିକେଟରେ ନାମ କମାଇବା ଆରମ୍ଭ କରିଥାନ୍ତି ମୁଁ ସେ ସମୟରେ ଭାରତ ପକ୍ଷରୁ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲି । ୨୭ ବର୍ଷ ପରଠାରୁ ଇରଫାନ ଆଉ ମ୍ୟାଚ ଖେଳି ନ ଥିଲେ ।

ସଂକ୍ଷେପରେ ଇରଫାନ:

  • ଡିସେମ୍ବର ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ
  • ଟେଷ୍ଟର ପ୍ରଥମ ଓଭରରେ ହ୍ୟାଟ୍ରିକ ନେବାରେ ଏକମାତ୍ର ଖେଳାଳୀ
  • ଅନ୍ତର୍ଜାତୀୟ କ୍ରିକେଟରେ ୩୦୦ରୁ ଊଦ୍ଧ୍ୱର୍ ଉଇକେଟ
  • ଟି୨୦ ବିଶ୍ୱକପ ବିଜୟୀ ଟିମର ସଦସ୍ୟ । ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ
  • କ୍ୟାରିୟରରେ ୨୯ ଟେଷ୍ଟ, ୧୨୦ ଦିନିକିଆ ଓ ୨୪ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି
Leave A Reply

Your email address will not be published.