Latest Odisha News

BREAKING NEWS

ଭାରତ ବନ୍ଦ: ବୁଧବାର ଉତ୍କଳ ବିଶ୍ଵବିଦ୍ୟାଳୟର ସମସ୍ତ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଦେଇଥିବା ଭାରତ ବନ୍ଦ ଡାକରା ପରିପେକ୍ଷିରେ ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ୮ ତାରିଖରେ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଗୁଡିକୁ ସ୍ଥଗିତ ରଖାଯାଇଥିବା ଉତ୍କଳ ବିଶ୍ଵବିଦ୍ୟାଳୟର୍ ପରୀକ୍ଷା କଣ୍ଟ୍ରୋଲର ମଙ୍ଗଳବାର ଦିନ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ।

ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏନେଇ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗୀୟ କତ୍ତୃପକ୍ଷଙ୍କୁ ପତ୍ର ଦ୍ୱାରା ଜଣାଇ ଦିଆଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି, ବେରୋଜଗାରୀ ତଥା ନାଗରିକତା ସଂଶୋଧନ ଆଇନ ଆଦିକୁ ’ପ୍ରତିବାଦ କରି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ଼ ୟୁନିଅନ ।

ଇତି ମଧ୍ୟରେ ଓଡ଼ିଶା ସରକାର ଏହି ବନ୍ଦକୁ ସମର୍ଥନ ଜଣାଇଥିବା ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.