Latest Odisha News

ବାବରଙ୍କୁ ପଛରେ ପକାଇ କୋହଲି ହେଲେ କିଙ୍ଗ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ ହାସଲ କରିଛି । ଏହି ବିଜୟ ପରୋକ୍ଷରେ ଦୁଇ ମହାନ ଖେଳାଳିଙ୍କୁ ନେଇ କରାଯାଉଥିବା ତୁଳନାକୁ ଏକପ୍ରକାର ଅନ୍ତ ଘଟାଇଛି । ଭାରତର ବିରାଟ କୋହଲି ଓ ପାକିସ୍ତାନର ବାବର ଆଜମଙ୍କୁ ନେଇ ପୂର୍ବରୁ ଅନେକ ତୁଳନା କରାଯାଇଥିଲା । ତେବେ ପାକିସ୍ତାନ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରି କୋହଲି ନିଜକୁ ପୂନର୍ବାର କିଙ୍ଗ ପ୍ରମାଣିତ କରିଛନ୍ତି । ବାବର ପଛେଇ ଯାଇଛନ୍ତି । ତାଙ୍କ ଦେଶର ପ୍ରଶଂସକ ଓ ସିନିୟର ଖେଳାଳିମାନେ ଏହା ସ୍ୱୀକାର କରିଛନ୍ତି । ସମସ୍ତେ ଏକସ୍ୱରରେ କହିଛନ୍ତି କୋହଲି ଆଧୂନିକ କ୍ରିକେଟର ପ୍ରକୃତ କିଙ୍ଗ । ବାବର ମଧ୍ୟ ସ୍ପଷ୍ଟ ଭାବେ କୋହଲି ତାଙ୍କଠାରୁ ଭଲ ଖେଳାଳି ବୋଲି କହିଛନ୍ତି ।

ବାବର ବନାମ କୋହଲି: ବାବର ଏ ପର୍ଯ୍ୟନ୍ତ ୧୨୮ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୧୨୫ ଇନିଂସରେ ୫୫.୫୦ ଆଭରେଜରେ ୬୧୦୬ ରନ କରିଛନ୍ତି । ୧୫୮ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସ୍କୋର ରହିଛି । ବାବର ୧୯ ଶତକ ଓ ୩୫ ଅର୍ଦ୍ଧଶତକ ହାସଲ କରିଛନ୍ତି । ବିରାଟ ୧୨୫ ଇନିଂସ ଖେଳିବା ବେଳେ ୫୨.୬୦ ଆଭରେଜରେ ୫୬୨୯ ରନ କରିଥିଲେ । ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୮୩ ରହିଛି । ଏଥିରେ ୧୯ ଶତକ ଓ ୩୦ ଅର୍ଦ୍ଧଶତକ ସାମିଲ ।ଦୁର୍ବଳ ଦଳ ବିପକ୍ଷରେ ବାବର: ରନ ମାମଲାରେ ୧୨୫ ଇନିଂସ ପରେ ବାବର ଭାରତର ବିରାଟଙ୍କଠାରୁ ଆଗରେ ରହିଛନ୍ତି । ତେବେ ଏହି ସମୟ ମଧ୍ୟରେ ବାବର ଅଧିକାଂଶ ମ୍ୟାଚ ଆସୋସିଏଟ ଦେଶ ବିପକ୍ଷରେ ଖେଳିଛନ୍ତି । ଏହା ମଧ୍ୟରେ ନେଦରଲାଣ୍ଡ, ଜିମ୍ବାୱେ, ଆଫଗାନିସ୍ତାନ, ନେପାଳ, ହଂକଂ ଓ ଆୟର୍ଲାଣ୍ଡ ରହିଛନ୍ତି । ବାବର ଏହି ଦେଶ ବିପକ୍ଷରେ ୨୧ ମ୍ୟାଚ ଖେଳିଥିବା ବେଳେ କୋହଲି ମାତ୍ର ୭ଟି ମ୍ୟାଚ ଖେଳିଥିଲେ ।

ବିରାଟ ମ୍ୟାଚ ବିଜେତା: ବାବର ୧୨୮ ମ୍ୟାଚ ପାକିସ୍ତାନ ପକ୍ଷରୁ ଖେଳିଥିବା ବେଳେ ତାଙ୍କ ଟିମ ୬୮ ମ୍ୟାଚରେ ବିଜୟୀ ହୋଇଛି । ଜବାବରେ କୋହଲି ୧୨୫ ଇନିଂସ ଖେଳିବା ଅବସରରେ ଟିମଇଣ୍ଡିଆ ୭୭ ମ୍ୟାଚରେ ବିଜୟୀ ହୋଇଛି ।
ଅଧିନାୟକ ରେକର୍ଡ: ବାବରଙ୍କୁ ପାକିସ୍ତାନ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ଦଳ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲା । ଅପରପକ୍ଷରେ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟ, ଦିନିକିଆ ଓ ଟି୨୦ରେ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇ ଆସିଥିଲା ।

Comments are closed.