Latest Odisha News

ଅଲମ୍ପିକ୍ସରେ କ୍ରିକେଟ ଏଣ୍ଟ୍ରି

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଜାରି ରହିଥିଲା। ପରିଶେଷରେ ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ୧୪୧ତମ ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବେ ପ୍ରବେଶ ମିଳିଛି।

ଏହି କ୍ରୀଡାକୁ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ କରିବା ପାଇଁ ମଞ୍ଜୁରୀ କରାଯାଇଛି। ଏହା ସହିତ ୧୨୮ ବର୍ଷ ପରେ କ୍ରିକେଟ୍ ଅଲିମ୍ପିକ୍ସରେ ପୁଣିଥରେ ଏଣ୍ଟ୍ରି କରିବାକୁ ଯାଉଛି। ଅଲିମ୍ପିକ୍ସରେ ଶେଷ ଥର ପାଇଁ କ୍ରିକେଟ୍ ୧୯୦୦ ସଂସ୍କରଣରେ ଖେଳାଯାଇଥିଲା। ଏବେ ଏହାକୁ ୨୦୨୮ରେ ପୁଣି ଥରେ ସାମିଲ କରାଯିବ।

Comments are closed.