Latest Odisha News

ମହିଳା ବିରୋଧୀ ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ: ମୋଦୀ

ନୂଆଦିଲ୍ଲୀ: କୋଲକାତାର ଆରଜୀ କର ମେଡିକାଲ ଆଣ୍ଡ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମହିଳା ବିରୋଧୀ ଅତ୍ୟାଚାରକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ‘ଲକ୍ଷପତି ଦିଦି’ ସମ୍ମିଳନୀରେ କଡ଼ା ଚେତାବନୀ ଦେଇ ମୋଦୀ କହିଛନ୍ତି ଯେ, ମହିଳା ବିରୋଧୀ ଅପରାଧୀଙ୍କୁ ଛଡ଼ାଯିବ ନାହିଁ କି ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରାଯିବନି । ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ଯେଭଳି ହେବ ସେନେଇ ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ମୋଦୀ ।

ମୋଦୀ କହିଛନ୍ତି ଯେ, ମହିଳାଙ୍କ ପ୍ରତି ଅପରାଧ କ୍ଷମା ଯୋଗ୍ୟ ନୁହେଁ। ଶୋଷିତ ଯେ କେହି ବି ହେଉନା କାହିଁକି, ତାଙ୍କୁ ରକ୍ଷା କରାଯିବା ଉଚିତ ନୁହେଁ। ଯେଉଁମାନେ ତାଙ୍କୁ ସାହାଯ୍ୟ କରନ୍ତି ସେମାନଙ୍କୁ ମଧ୍ୟ କ୍ଷମା ଦେବା ଉଚିତ ନୁହେଁ। ହସ୍ପିଟାଲ ହେଉ କି, ସ୍କୁଲ ହେଉ, ଅଫିସ ହେଉ କି ପୋଲିସ ବ୍ୟବସ୍ଥା ଯେଉଁ ସ୍ତରରେ ବି ଅବହେଳା ହେଉଛି, ସମସ୍ତଙ୍କ ହିସାବ ହେବା ଆବଶ୍ୟକ। ଉପର ମହଲାରୁ ତଳ ମହଲା ଯାଏଁ ସବୁଠି ଏହି ବାର୍ତ୍ତା ଯିବା ଉଚିତ ଯେ ଏହି ପାପ ଅକ୍ଷମଣୀୟ ଅଟେ। ଏକ ସମାଜ ତଥା ସରକାର ଭାବରେ ଆମର ଏହା ବଡ ଦାୟିତ୍ୱ ଯେ ଆମ ସରକାରରେ ଯେଉଁମାନେ ମହିଳାଙ୍କ ଉପରେ ଅତ୍ୟାଚାର କରଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏନେଇ କଡା ଆଇନ୍‌ ଆସିବ ବୋଲି କହିଛନ୍ତି ମୋଦୀ ।

Comments are closed.