ବ୍ରହ୍ମପୁର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତକୁ ବ୍ୟାପକ କରିଛି କ୍ରାଇମ୍ ବ୍ରାଞ୍ଚ। ମଙ୍ଗଳବାର କ୍ରାଇମ୍ ବ୍ରାଞ୍ଚର ୪ ଜଣିଆ ଏକ ଟିମ୍ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡି ଗ୍ରାମରେ ପହଞ୍ଚିଛନ୍ତି। ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ଘରକୁ ଯାଇଥିଲେ। ସେମାନଙ୍କ ପରିବାର ବର୍ଗଙ୍କ ସହ କଥା ହୋଇଥିଲେ। ବିଭିନ୍ନ ବିଷୟରେ ପ୍ରଶ୍ନ କରିଥିଲେ। ତେବେ ତଦନ୍ତ ଚାଲିଥିବା ଯୋଗୁ ଅଧିକାରୀମାନେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। କ୍ରାଇମ୍ ବ୍ରାଞ୍ଚ ଡିଏସପି ଶିଶିର ମିଶ୍ର ଗଣମାଧ୍ୟମକୁ କହିଥିଲେ ଯେ, ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳଙ୍କ ଘରକୁ ଗୋଟିଏ ଟିମ୍ ତଦନ୍ତ ପାଇଁ ଆସିଛି। ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ପରିବାର ବର୍ଗଙ୍କୁ ପଚରାଉଚରା କରାଯିବ। ବ୍ରହ୍ମପୁର ପଟର ସମସ୍ତ ତଦନ୍ତ କରାଯିବ। ଏହା ବ୍ୟତିତ ଅନ୍ୟ କୌଣସି ସୂଚନା ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ
- ପାକିସ୍ତାନରେ ଆତଙ୍କବାଦର ତାଣ୍ଡବ: ମାତ୍ର ୯ ମାସରେ ଟଳିଲେଣି ୧୦୦୦ରୁ ଅଧିକ ସୈନ୍ୟ

Comments are closed.