ବ୍ରହ୍ମପୁର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତକୁ ବ୍ୟାପକ କରିଛି କ୍ରାଇମ୍ ବ୍ରାଞ୍ଚ। ମଙ୍ଗଳବାର କ୍ରାଇମ୍ ବ୍ରାଞ୍ଚର ୪ ଜଣିଆ ଏକ ଟିମ୍ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡି ଗ୍ରାମରେ ପହଞ୍ଚିଛନ୍ତି। ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ଘରକୁ ଯାଇଥିଲେ। ସେମାନଙ୍କ ପରିବାର ବର୍ଗଙ୍କ ସହ କଥା ହୋଇଥିଲେ। ବିଭିନ୍ନ ବିଷୟରେ ପ୍ରଶ୍ନ କରିଥିଲେ। ତେବେ ତଦନ୍ତ ଚାଲିଥିବା ଯୋଗୁ ଅଧିକାରୀମାନେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। କ୍ରାଇମ୍ ବ୍ରାଞ୍ଚ ଡିଏସପି ଶିଶିର ମିଶ୍ର ଗଣମାଧ୍ୟମକୁ କହିଥିଲେ ଯେ, ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳଙ୍କ ଘରକୁ ଗୋଟିଏ ଟିମ୍ ତଦନ୍ତ ପାଇଁ ଆସିଛି। ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ପରିବାର ବର୍ଗଙ୍କୁ ପଚରାଉଚରା କରାଯିବ। ବ୍ରହ୍ମପୁର ପଟର ସମସ୍ତ ତଦନ୍ତ କରାଯିବ। ଏହା ବ୍ୟତିତ ଅନ୍ୟ କୌଣସି ସୂଚନା ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.