Latest Odisha News

BREAKING NEWS

ପୁଣି ଲାଗିଲା ମାଓ ପୋଷ୍ଟର

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ଲାଗିଲା ମାଓ  ପୋଷ୍ଟର । ଉପସ୍ଥିତି ଜାହିର କଲେ ମାଓବାଦୀ  । ପୋଷ୍ଟରରେ ଲେଖା ହୋଇଛି ମେନପୁର ନୂଆପଡ଼ା ମାଓ ଡିଭିଜନ କମିଟି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଆନ୍ତର୍ଗତ ଫୁଲଚୀ ଘାଟି ନିକଟ ଫରେଷ୍ଟ ବୋର୍ଡ , ନଙ୍ଗଲବୋର୍ଡ ପଞ୍ଚାୟତ କାର୍ଯ୍ୟାଳୟ ଗେଟରେ ଲାଗିଛି ମାଓ ପୋଷ୍ଟର । ଫୁଲଚୀ ଘାଟି ରାସ୍ତା କଡ଼ରେ ଏକ ଫରେଷ୍ଟ ବୋର୍ଡ ଏବଂ ନଙ୍ଗଲ ବୋର୍ଡ ପଞ୍ଚାୟତ କାର୍ଯ୍ୟାଳୟ ଗେଟରେ ଧଳା କାଗଜରେ ସବୁଜ ରଙ୍ଗରେ ହିନ୍ଦୀରେ ଲେଖା ହୋଇଥିବା ପୋଷ୍ଟର ଲାଗିଛି ।

ଆଉ ପୋଷ୍ଟରରେ ଲେଖା ଅଛି ଯେ ଅଞ୍ଚଳର ନଙ୍ଗଲ ବୋର୍ଡର ସମୁଦ୍ର ବାଗ ଜଣେ ମାଓବାଦୀଙ୍କୁ ଚିକିତ୍ସା ପାଇଁ ଛାଡିବାକୁ ଯାଉଥିଲେ । ସେହି ସମୟରେ ସମୁଦ୍ର ବାଗ ସହ ଜଣେ ମହିଳା ମାଓବାଦୀଙ୍କୁ ନବରଙ୍ଗପୁର ଡିଭିଏଫ ପୋଲିସ ଗିରଫ କରିଥିଲା । କିନ୍ତୁ ସେଥିରୁ ସମୁଦ୍ର ବାଗକୁ ପୋଲିସ ମାଓ ସଂଗଠନର ପାର୍ଟି ମେମ୍ବର ବୋଲି ଦର୍ଶାଇଥିଲା। ହେଲେ ଏହାକୁ ମାଓବାଦୀମାନେ ଖଣ୍ଡନ କରିଥିବା ପୋଷ୍ଟରରେ ଉଲ୍ଲେଖ ଅଛି ।

ମାଓବାଦୀମାନେ ସମୁଦ୍ର ବାଗ ପାର୍ଟି ମେମ୍ବର ନୁହେଁ ବୋଲି ପୋଷ୍ଟରରେ ଉଲ୍ଲେଖ କରିବା ସହ । ପୋଲିସ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ କରିଥିବା କଥା ମେନପୁର ନୂଆପଡ଼ା ମାଓ ଡିଭିଜନ କମିଟିର ସଚିବ ଗୁଡୁ ଲଗାଇଥିବା ପୋଷ୍ଟରରେ ଲେଖା ଅଛି।

Leave A Reply

Your email address will not be published.