ଝାରସୁଗୁଡା: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ୫ ଦିନ ଧରି ଖୋଳତାଡ଼ କରିବା ପରେ ଆଜି ଝାରସୁଗୁଡା ଛାଡିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । ଏହି ୫ ଦିନ ଭିତରେ ୧୫ ଜଣଙ୍କର ବୟାନ ରେକର୍ଡ କରିଛି ଟିମ୍ । ଏନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ ।
ତଦନ୍ତ କରିବା ସମୟରେ ଟିମ୍ ହାତରେ ଅନେକ ତଥ୍ୟ ଲାଗିଛି । ସେ ସମସ୍ତ ତଥ୍ୟକୁ କୋର୍ଟରେ ଉପସ୍ଥାପନ କରାଯିବ । ଆବଶ୍ୟକ ହେଲେ ପୁଣି ଥରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ଆସିପାରେ । ସେପଟେ ଚୌଦ୍ଵାର ଜେଲରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳକୁ ଜେରା କରିପାରେ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସରକାର ସାନି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମ୍ବ୍ରାଞ୍ଚ ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା । ପରେ ହସ୍ପିଟାଲ୍, ବିମାନବନ୍ଦର, ଓ କ୍ରାଇମ୍ସ୍ପଟ୍କୁ ଯାଇ ପଚରାଉଚରା କରିବା ସହ ତଦନ୍ତ ଆଗକୁ ବଢାଇଛି । ସାନି ତଦନ୍ତ ଆରମ୍ଭ ପରେ ମୋଟ ୧୫ ଜଣଙ୍କ ବୟାନ ରେକର୍ଡ କଲାଣି କ୍ରାଇମ୍ବ୍ରାଞ୍ଚ । ଆଉ ଏହାରି ଭିତରେ ସାକ୍ଷୀ ମନୁ ପ୍ରସାଦର ଦୁର୍ଘଟଣା ମାମଲାକୁ ଅନ୍ୟ ଦିଗକୁ ନେବାର ଆଶଙ୍କା କରାଯାଉଛି । ତେବେ ଏହା ବସ୍ତବରେ ସାଧାରଣ ଦୁର୍ଘଟଣା ନା ଆଉ କିଛି ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହା ଏକ ଷଡଯନ୍ତ୍ର ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।
Comments are closed.