ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲା। କିଛି ବର୍ଷ ମଧ୍ୟରେ ଗୋପାଳ ଓ ତାଙ୍କ ପରିବାର ଲୋକେ କାହାଠାରୁ ଟଙ୍କା ଆଣିଛନ୍ତି କି ନାହିଁ, କାହାକୁ ଟଙ୍କା ପଠାଇଛନ୍ତି କି ନାହିଁ, କିଛି ବଡ ଧାରଣର ଆର୍ଥିକ କାରବାର ହୋଇଛି କି ନାହିଁ ସେ ଦିଗରେ ଯାଞ୍ଚ କରାଯାଇଥିଲା। ନବ ଦାସ ହତ୍ୟା ମାମଲାର ଗୁମର ଖୋଲିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ଟିମ ଗତ ୫ଦିନ ହେଲା ବ୍ରହ୍ମପୁରରେ ଡେରା ପକାଇଛି। ଏହି ଟିମ ପୂର୍ବରୁ ଅନେକ ଲୋକଙ୍କୁ ପଚରାଉଚରା କରିସାରିଛି। ଶନିବାର ସକାଳେ କ୍ରାଇମବ୍ରାଞ୍ଚ ଟିମ ପୁଣିଥରେ ଆଙ୍କୁଲି ଶିଳ୍ପାଞ୍ଚଳ ସ୍ଥିତ ଗୋପାଳଙ୍କ ନୂଆ ଘରକୁ ଯାଇଥିଲା। ସେଠାରେ ଗୋପାଳଙ୍କ ପତ୍ନୀ ଜୟନ୍ତୀଙ୍କ ସହ ପୁତୁରା ସୁମନ ଦାସ ଉପସ୍ଥିତ ଥିଲେ। ତଦନ୍ତକାରୀ ଟିମ ଗୋପାଳଙ୍କ ଘର ଭିତରେ ବୁଲି ବୁଲି ବିଭିନ୍ନପ୍ରକାରର କାଗଜପତ୍ର ଯାଞ୍ଚ କରିଥିଲେ। ଗୋପାଳଙ୍କ ଚିକିତ୍ସା ସମ୍ବନ୍ଧୀୟ ଅଧିକ କିଛି କାଗଜପତ୍ର ଦେଖିଥିଲେ। ସେଠାରୁ ଗୋପାଳ ଓ ତାଙ୍କ ପତ୍ନୀ, ପୁଅ, ଝିଅଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଘର ଭିତରେ ତନାଘନା ଜାରି ରହିଥିଲା।
ଏହାପରେ କ୍ରାଇମାବ୍ରାଞ୍ଚ ଅଧିକାରୀମାନେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡକୁ ଯାଇଥିଲେ। ବ୍ରହ୍ମପୁର-ଝାରସୁଗୁଡ଼ା ଯାତାୟାତ କରୁଥିବା କିଛି ଘରୋଇ ବସର ଚାଳକ ଓ କଣ୍ଡକ୍ଟରଙ୍କୁ ଡାକି ଗୋପାଳଙ୍କ ଯିବାଆସିବା ଓ ପାର୍ସଲ ପଠାଇବା ସମ୍ପର୍କରେ ପଚରାଉଚରା କରିଥିଲେ। ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ବ୍ରହ୍ମପୁର-ଝାରସୁଗୁଡା ଯାତାୟାତ କରୁଥିବା ଓଏସଆରଟିସି ବସ ଚାଳକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉରା କରିଥିବା ବେଳେ ଶନିବାର ଘରୋଇ ବସ ଚାଳକଙ୍କୁ ପଚରାଉଚରା କରିଥିଲେ। କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ଝାରସୁଗୁଡ଼ାରେ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଅନ୍ୟ ଏକ ଟିମ ବ୍ରହ୍ମପୁରରେ ତନାଘନା ଜାରି ରଖିଛି। ହେଲେ ଗୋପାଳ ନବଦାସଙ୍କୁ କାହିଁକି ଗୁଳି କଲେ ତାହା ବର୍ତ୍ତମାନ ସୁଧା ସାମ୍ନାକୁ ଆସି ପାରିନାହିଁ।
BREAKING NEWS
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
- papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…
- ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍ଡିଙ୍ଗର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
Comments are closed.