ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲା। କିଛି ବର୍ଷ ମଧ୍ୟରେ ଗୋପାଳ ଓ ତାଙ୍କ ପରିବାର ଲୋକେ କାହାଠାରୁ ଟଙ୍କା ଆଣିଛନ୍ତି କି ନାହିଁ, କାହାକୁ ଟଙ୍କା ପଠାଇଛନ୍ତି କି ନାହିଁ, କିଛି ବଡ ଧାରଣର ଆର୍ଥିକ କାରବାର ହୋଇଛି କି ନାହିଁ ସେ ଦିଗରେ ଯାଞ୍ଚ କରାଯାଇଥିଲା। ନବ ଦାସ ହତ୍ୟା ମାମଲାର ଗୁମର ଖୋଲିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ଟିମ ଗତ ୫ଦିନ ହେଲା ବ୍ରହ୍ମପୁରରେ ଡେରା ପକାଇଛି। ଏହି ଟିମ ପୂର୍ବରୁ ଅନେକ ଲୋକଙ୍କୁ ପଚରାଉଚରା କରିସାରିଛି। ଶନିବାର ସକାଳେ କ୍ରାଇମବ୍ରାଞ୍ଚ ଟିମ ପୁଣିଥରେ ଆଙ୍କୁଲି ଶିଳ୍ପାଞ୍ଚଳ ସ୍ଥିତ ଗୋପାଳଙ୍କ ନୂଆ ଘରକୁ ଯାଇଥିଲା। ସେଠାରେ ଗୋପାଳଙ୍କ ପତ୍ନୀ ଜୟନ୍ତୀଙ୍କ ସହ ପୁତୁରା ସୁମନ ଦାସ ଉପସ୍ଥିତ ଥିଲେ। ତଦନ୍ତକାରୀ ଟିମ ଗୋପାଳଙ୍କ ଘର ଭିତରେ ବୁଲି ବୁଲି ବିଭିନ୍ନପ୍ରକାରର କାଗଜପତ୍ର ଯାଞ୍ଚ କରିଥିଲେ। ଗୋପାଳଙ୍କ ଚିକିତ୍ସା ସମ୍ବନ୍ଧୀୟ ଅଧିକ କିଛି କାଗଜପତ୍ର ଦେଖିଥିଲେ। ସେଠାରୁ ଗୋପାଳ ଓ ତାଙ୍କ ପତ୍ନୀ, ପୁଅ, ଝିଅଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଘର ଭିତରେ ତନାଘନା ଜାରି ରହିଥିଲା।
ଏହାପରେ କ୍ରାଇମାବ୍ରାଞ୍ଚ ଅଧିକାରୀମାନେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡକୁ ଯାଇଥିଲେ। ବ୍ରହ୍ମପୁର-ଝାରସୁଗୁଡ଼ା ଯାତାୟାତ କରୁଥିବା କିଛି ଘରୋଇ ବସର ଚାଳକ ଓ କଣ୍ଡକ୍ଟରଙ୍କୁ ଡାକି ଗୋପାଳଙ୍କ ଯିବାଆସିବା ଓ ପାର୍ସଲ ପଠାଇବା ସମ୍ପର୍କରେ ପଚରାଉଚରା କରିଥିଲେ। ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ବ୍ରହ୍ମପୁର-ଝାରସୁଗୁଡା ଯାତାୟାତ କରୁଥିବା ଓଏସଆରଟିସି ବସ ଚାଳକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉରା କରିଥିବା ବେଳେ ଶନିବାର ଘରୋଇ ବସ ଚାଳକଙ୍କୁ ପଚରାଉଚରା କରିଥିଲେ। କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ଝାରସୁଗୁଡ଼ାରେ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଅନ୍ୟ ଏକ ଟିମ ବ୍ରହ୍ମପୁରରେ ତନାଘନା ଜାରି ରଖିଛି। ହେଲେ ଗୋପାଳ ନବଦାସଙ୍କୁ କାହିଁକି ଗୁଳି କଲେ ତାହା ବର୍ତ୍ତମାନ ସୁଧା ସାମ୍ନାକୁ ଆସି ପାରିନାହିଁ।
BREAKING NEWS
- Drug-Free India: ଡ୍ରଗ୍ସମୁକ୍ତ ଭାରତ ପାଇଁ ଅମିତ ଶାହଙ୍କ ଡେଡ୍ଲାଇନ୍; ୩୧ ଡିସେମ୍ବର ୨୦୨୯ ସୁଦ୍ଧା ନିଶାମୁକ୍ତ ଦେଶ ଗଠନ ଲକ୍ଷ୍ୟ!
- ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ, ଆନ୍ଦୋଳନ ସ୍ଥଗିତ ରହିବ: ଅଭିଜିତ୍ ଦୀପକେ
- ଚାଷ ଜମିରୁ ଜଙ୍ଗଲି ଦନ୍ତା ହାତୀର ମୃତଦେହ ଉଦ୍ଧାର
- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ଙ୍କୁ ୩ ଘଣ୍ଟା ଧରି ଅଟକ ରଖାଯାଇଥିବା ଏବଂ ୫୦,୦୦୦ ଟଙ୍କା ଜରିମାନା କରାଯାଇଥିବା ନେଇ ଆପ୍ ପକ୍ଷରୁ ଅଭିଯୋଗ
- ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ୧୭୯ ରନ୍ ପରେ ଟେମ୍ବା ବାଭୁମାଙ୍କ ବଡ଼ ବୟାନ: ସଚିନ୍ ଙ୍କୁ କଲେ ପ୍ରଶଂସା
- ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ; ୨ ମହିଳାଙ୍କ ସମେତ ୪ ଗିରଫ
- ରାଜଧାନୀର ୯ ସ୍ଥାନରେ ରାବଣ ପୋଡ଼ି; ୧୦୦ମି. ଦୂରରେ ଦର୍ଶକ ରହିବେ…
- ମସଜିଦରେ ଚୁମ୍ବନ ଦେଲେ ମୃତ୍ୟୁଦଣ୍ଡ! ସାଉଦି ଆରବରେ ବାଂଲାଦେଶୀ ଦମ୍ପତିଙ୍କୁ ମୃତ୍ୟୁଦଣ୍ଡ ଘଟଣାରେ ଢାକାରେ ଉତ୍ତେଜନା
- ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ
- ଏଲଏନଜି ସଙ୍କଟ ଜାରି, ବିଷାକ୍ତ ହେବ ପାକିସ୍ତାନ ବାୟୁ

Comments are closed.