Latest Odisha News

BREAKING NEWS

ଓମ୍ ବିର୍ଲାଙ୍କ ନକଲି ହ୍ୱାଟ୍ସଆପ୍: ଭୋଡାଫୋନ୍, ଜିଓ ଏବଂ ବିଏସଏନଏଲ କୁ କ୍ରାଇମବ୍ରାଞ୍ଚ ଜେରା

ଭୁୁବନେଶ୍ୱର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଙ୍କ ନାଁ ରେ ନକଲି ହ୍ୱାଟ୍ସଆପ୍ ମିଳିବା ପରେ ଫସିଯାଇଛନ୍ତି ତିନି ଟେଲିକମ୍ ନେଟୱର୍କ କମ୍ପାନୀ । ଭୋଡାଫୋନ୍, ବିଏସଏନଏଲ ଏବଂ ଜିଓ ର ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ନୋଟିସ୍ ଜାରି କରିଛି । ତିନୋଟି ଯାକ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଡାକି ସିମ୍ ଆକ୍ଟିଭେସନ ପ୍ରକ୍ରିୟା ବିଷୟରେ ଜେରା କରିବ କ୍ରାଇମବ୍ରାଞ୍ଚ ।

ବିଏସଏନଏଲ ସିଜିଏମ, ଭୋଡାଫୋନ୍ କମର୍ସିଆଲ ମ୍ୟାନେଜର ଏବଂ ଜିଓ ଏରିଆ ମ୍ୟାନେଜରଙ୍କୁ ନୋଟିସ ଜାରି କରିଛି କ୍ରାଇମବ୍ରାଞ୍ଚ । ପ୍ରି-ଆକ୍ଟିଭେଟେଡ ସିମ୍, ଟ୍ରାଇ ନିୟମ, ଦୋକାନୀ କିପରି ପ୍ରି-ଆକ୍ଟିଭେଟେଡ୍ ସିମ୍ ପାଉଥିଲେ ଏବଂ ଏଭଳି ସିମ୍ ପାଇବାର ଗଳାବାଟ କଣ ସବୁ ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ଏହି ତିନି ଅଧିକାରୀଙ୍କୁ ଜେରା କରିବ ।

ଏହା ସହିତ ଗିରଫ ତିନି ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ସିମ୍ କାର୍ଡ ପାଇଁ ଓଟିପି ଦେଇ ଜାଲିଆତି କରୁଥିବା ଅଭିଯୁକ୍ତ ଦୁଷ୍ମନ୍ତ ନିକଟରୁ ୭ଟି ବ୍ୟାଙ୍କ୍ ଆକାଉଣ୍ଟ । ଦୁଇଟି ପେଟିଏମ୍ ଆକାଉଣ୍ଟ ମଧ୍ୟ ଜବତ କରିଛି କ୍ରାଇମ ବ୍ରାଞ୍ଚ । ଯେଉଁଥିରେ ୩୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଏହି ଘଟଣାରେ ୧୯ ହଜାର ୬୪୧ ପ୍ରି-ଆକ୍ଟିଭେଟେଡ ସିମ୍ ଜବତ କରିଛି କ୍ରାଇମ ବ୍ରାଞ୍ଚ । ଯେଉଁଥିରେ ବିଏସଏନଏଲ-୬୮୧୪, ଭୋଡାଫୋନ୍- ୯୬୮୫ ଏବଂ ଜିଓ- ୩୦୧୭ ଟି ସିମ୍ ରହିଛି ।

Leave A Reply

Your email address will not be published.