Latest Odisha News

BREAKING NEWS

ଦେଶ ତୁଳନାରେ ରାଜ୍ୟରେ କମିଛି ଅପରାଧ, ତଥ୍ୟ ଦେଲା ଏନସିଆରବି

ଭୁବନେଶ୍ବର : ଦେଶ ତୁଳନାରେ ରାଜ୍ୟରେ କମୁଛି ଅପରାଧ । ୨୦୨୦ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ୪୮୭.୮ ଥିବା ବେଳେ, ଓଡ଼ିଶାରେ ଅପରାଧ ହାର ରହିଛି ମାତ୍ର ୨୯୫.୨ । ଏନେଇ ସୂଚନା ଦେଇଛି ଜାତୀୟ ଅପରାଧ ନଥିସଂସ୍ଥା ବା ଏନସିଆରବି ।

ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ଠାରୁ ଓଡ଼ିଶାର ଅପରାଧ ହାର ବହୁ କମ ଅଟେ । ଅପରାଧ ହାର ୧ ଲକ୍ଷ ଜନସଂଖ୍ୟା ଅନୁପାତରେ ଘଟୁଥିବା ଅପରାଧ ସଂଖ୍ୟାକୁ ସୂଚାଇଥାଏ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଦିଲ୍ଲୀରେ ଧର୍ତ୍ତବ୍ୟ ଅପରାଧ ହାର ୧୩୦୯.୫ ଥିବା ବେଳେ, ବିଜେପି ଶାସିତ ରା୍ୟ ଗୁଜୁରାଟରେ ଅପରାଧ ହାର ୧୦୧୧.୪, ହରିୟାଣାରେ ୬୫୮.୬, ମଧ୍ୟପ୍ରଦେଶରେ ୫୧୧.୧ ରହିଛି । ସେହିପରି ଆନ୍ଧ୍ରପ୍ରଦେଶରେ ଅପରାଧ ହାର ୪୫୨.୭, ମହାରାଷ୍ଟ୍ରରେ ୪୩୫.୮, ତାମିଲନାଡୁରେ ୧୮୦୮.୮ ଓ ତେଲେଙ୍ଗାନାରେ ୩୯୩.୦ ରହିଛି ।

Comments are closed.