Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ଓଡିଶାରେ କମିଲା ଅପରାଧ ହାର

ଭୁବନେଶ୍ୱର: ଓଡିଶାରେ କୋଭିଡ-୧୯ ଲକଡାଉନ ଯୋଗୁଁ ଅପରାଧ ହାର କମିଛି । କଟକରେ ରାଜ୍ୟ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡିଛି ଯେ, ଗୋଟିଏ ଦିନରେ ରୁଜୁ କରାଯାଉଥିବା ଅପରାଧିକ ମାମଲା ୫୦ ପ୍ରତିଶତ କମିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୨ରେ ଘୋଷଣା କରାଯାଇଥିବା ଲକଡାଉନ ଫଳରେ ଏହା ୩୩୨ରୁ ୧୫୦କୁ ଖସି ଆସିଛି ।

ଭୁବନେଶ୍ୱରର ସହିଦ ନଗର, ଖଣ୍ଡଗିରି, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଭଳି ବ୍ୟସ୍ତବହୁଳ ପୋଲିସ ଷ୍ଟେସନରେ ମାର୍ଚ୍ଚ ୨୩ ଓ ୨୯ ତାରିଖ ମଧ୍ୟରେ କେବଳ ୩ଟି ମାମଲା ରୁଜୁ ହୋଇଛି । ଏହାପୂର୍ବରୁ ଏହି ପୋଲିସ ଷ୍ଟେସନ ଗୁଡିକରେ ଗୋଟିଏ ଦିନରେ ୩ଟି ମାମଲା ରୁଜୁ ହୋଇଛି ।

ଖଣ୍ଡଗିରି ଥାନାର ୧୩ଟି ମାମଲା ମଧ୍ୟରୁ ୪ଟି ଲକଡାଉନ ନିୟମ ଭାଙ୍ଗିବା ଏବଂ ୩ଟି ବେଆଇନ ମଦ ବିକ୍ରି ମାମଲା ଆସିଛି । ନୟାପଲ୍ଲୀ ଥାନାରେ ଗୋଟିଏ ବି ଅପରାଧ ମାମଲା ଆସିନି । ସେଭଳି ଚନ୍ଦ୍ରଶେଖର ପୋଲିସ ଷ୍ଟେସନରେ ମଧ୍ୟ ସଂଜ୍ଞା ରହିତ କୌଣସି ଅପରାଧ ମାମଲା ରୁଜ ହୋଇନି ।

ଭୁବନେଶ୍ୱର ଏସିପି ଅନୁପ କୁମାର ସାହୁ କହିଛନ୍ତି, ଲକଡାଉନ ସମୟରେ ଲୋକ ଘରେ ରହିବା ପରଠାରୁ ସହରରେ କୌଣସି ଚୋରି ଘଟଣା ହୋଇନି ।

Leave A Reply

Your email address will not be published.