Latest Odisha News

BREAKING NEWS

ତାଳଚେରରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧି ଗୁରୁତର

ତାଳଚେର : ଅନୁଗୁଳ ଜିଲ୍ଲା ନିକଟସ୍ଥ ତାଳଚେର ଖଣି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଗୁରୁତର ଆହତ ହୋଇଛି ।

ଅପରାଧି ଜଣଙ୍କ ବାଦଲ ରାଉତ ବୋଲି ଜଣାପଡିଥିବାବେଳେ ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଏଥିସହିତ ଚିକିତ୍ସା ନିମନ୍ତେ ତାକୁ କଟକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଦଲ ତାଳଚେର ଖଣି ଅଞ୍ଚଳରେ ଲୁଚିଥିବାର ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହିସମୟରେ ବାଦଲ ଅତର୍କିତ ଭାବେ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା । ଏହାର ପାଲଟା ଜବାବରେ ପୋଲିସ ପକ୍ଷରୁ ଗୁଳି ଚାଳନା କରା ଯାଇଥିବା ବେଳେ ବାଦଲର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ଅନ୍ୟପକ୍ଷରେ ବାଦଲ ନିକଟରୁ ଗୋଟିଏ ପିସ୍ତଲ ସହ ୨ ଟି ଗୁଳି ଜବତ କରାଯାଇଛି ।

ତେବେ ସେ ବହୁ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ଥିବା ବେଳେ ଅନେକ ଦିନ ହେଲା ପୋଲିସ ତାକୁ ଧରିବାକୁ ଚେଷ୍ଟା ଚଳାଇ ଥିଲା । ନିକଟରେ ହୋଇଥିବା ଶରଧାପୁର ପେଟ୍ରୋଲ ପମ୍ପ ଲୁଟ , ବଳରାମ ପ୍ରସାଦରେ ବନ୍ଧୁକ ମୁନରେ ଲୁଟ ସହ ଭଦ୍ରକ ରେ ୩୦ ଲକ୍ଷ ବ୍ୟାଙ୍କ ଲୁଟ ଘଟଣାରେ ବାଦଲ ର ସମ୍ପୃକ୍ତି ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.