Latest Odisha News

ଫ୍ୟାଶନ୍ ଟ୍ରେଣ୍ଡରେ ଲଙ୍ଗ୍ ବୁଟ୍ସ…

ଭୁବନେଶ୍ୱର: ଏବେ ମଡ଼ର୍ଣ୍ଣ ଲୁକ୍ସ ପାଇଁ ଲଙ୍ଗ୍ ବୁଟ୍ସକୁ ମହିଳାମାନେ ବେଶ୍ ପସନ୍ଦ କରିବାର ଦେଖାଯାଉଛି । ଯେକୌଣସି ସମୟରେ ପାଦକୁ ଆରାମ ଦେବା ପାଇଁ ମୋଜା ତ ପିନ୍ଧିବା ନିହାତି ଆବଶ୍ୟକ ।

କିନ୍ତୁ ଯଦି ଆପଣ ଲଙ୍ଗ୍ ବୁଟ୍ସ୍ ପିନ୍ଧୁଛନ୍ତି ତେବେ କେତେଗୁଡ଼ିଏ ଷ୍ଟାଇଲ୍ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଅବଶ୍ୟ ଏଥିପାଇଁ ଆପଣଙ୍କୁ ବେଶୀ ଚିନ୍ତା କରିବାକୁ ପଡ଼ିବନି ।

ୱେଷ୍ଟର୍ଣ୍ଣ ଗେଟଅପରେ ଯାହା ବି ପିନ୍ଧିଲେ ସେଥିରେ ଲଙ୍ଗ୍ ବୁଟ୍ସ୍ ପରଫେକ୍ଟ ଲାଗିବ । ଲଙ୍ଗ୍ ବୁଟ୍ସ୍ କଲେଜ ହେଉ ବା ପାର୍ଟି ଯେକୌଣସି ଜାଗା ଓ ଆଉଟ୍ ଫିଟ୍ ସହ ମ୍ୟାଚ୍ କରିବ । ଏଥିରେ ଥିବା ଷ୍ଟାଇଲିଶ୍ ବଟନ୍ ଓ ଲେସ୍ ଅଧିକ ସୁନ୍ଦର ଦିଶେ ।

ମାର୍କେଟରେ ଏବେ ସାଇଡ୍ ଓ ବ୍ୟାକ୍ ସାଇଡ୍ ଜିପ୍ ଥିବା, ଫୋଲ୍କା ଡଟ୍ସ୍, ବେଲ୍ଟ ଷ୍ଟାଇଲ୍, ଆନିମଲ୍ ପ୍ରିଣ୍ଟେଡ୍ ଭଳି ବିଭିନ୍ନ ଡିଜାଇନର ଲଙ୍ଗ୍ ବୁଟସ୍ ସହଜରେ ମିଳିଯାଉଛି ।

ଯଦି ଆପଣ ପ୍ରଥମ ଥର ପାଇଁ ବୁଟ୍ସ୍ କିଣୁଛନ୍ତି ତେବେ ଆଙ୍କେଲ୍ ଲେନ୍ଥ୍ ବୁଟ୍ସକୁ ବାଛନ୍ତୁ ।

ମାତ୍ର ନିଜକୁ ଆରାମ ଲାଗୁଥିବା ଭଳି ବୁଟ୍ସକୁ ପ୍ରାଧାନ୍ୟ ଦେବା ଜରୁରୀ । ଯଦି ଆପଣଙ୍କ ଉଚ୍ଚତା କମ୍ ତେବେ ନି’ ଲେନ୍ଥ ବୁଟ୍ସ୍ ନ’କିଣି ଆଙ୍କେଲ୍ ଲେନ୍ଥ କିଣିଲେ ଭଲ ଲାଗିବ ।

ଜିନ୍ସ୍ ବା ସ୍କର୍ଟରେ ଏହି ସବୁ ବୁଟ୍ସ୍ ଅଧିକ ସୁନ୍ଦର ଲାଗିବ । ନି’ ହାଇ ବୁଟ୍ସ୍ ସହ ସାର୍ଟ-ସ୍କର୍ଟ୍ ପିନ୍ଧିବାକୁ ଚାହୁଁଥିଲେ ତାହେଲେ ନି’ ସ୍କର୍ଟ ପିନ୍ଧନ୍ତୁ । ଏହା ଆପଣଙ୍କୁ ଷ୍ଟାଇଲିଶ୍ ଲୁକ୍ ଦେବ ।

Leave A Reply

Your email address will not be published.