Latest Odisha News

BREAKING NEWS

ରାଜଧାନୀରେ ଭୁଜାଲିରେ ହାଣି ଲୁଟ, ଶୋଇଛି କମିଶନରେଟ ପୋଲିସ ?

ଭୁବନେଶ୍ୱର: ଆଇନ ବ୍ୟବସ୍ଥାକୁ ଫୁ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ସଫଳ ହୋଇ ଚାଲିଛନ୍ତି ଅପରାଧୀ । ଆଉ ଜଳକା ହୋଇ ବସିଛି କମିଶନରେଟ ପୋଲିସ । ରାତି ହେଲେ କିଟମିଟ ଅନ୍ଧାର ହେଲା ମାତ୍ରେ ଅପରାଧୀ ଚେଇଁ ଉଠୁଛନ୍ତି । ଆଉ ଘଟାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ ଅପରାଧ।

ଗତକାଲି ରାତିରେ ଆଇଜି ପାର୍କ ପାଖରେ ଗୋଟିଏ ହତ୍ୟା ହୋଇଥିବା ବେଳେ ବିଳମ୍ବିତ ରାତିରେ ରାଜଧାନୀ ସ୍ଥିତ ସୁନ୍ଦରପଦାରେ ମଧ୍ୟ ଏକ ମରଣାନ୍ତକ ଆକ୍ରମଣ ହୋଇଛି। ରାତି ୧୨ଟା ସମୟରେ ସୁନ୍ଦରପଦା ନିବାସୀ ନିରଞ୍ଜନ ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି ସମୟରେ ସେ ଲୁଟର ଶିକାର ହୋଇଛନ୍ତି। କିଛି ଦୁର୍ବୃତ୍ତ ହଠାତ ଆସିି ତାଙ୍କୁ ହାତରେ ଓ କାନ୍ଧରେ ଏକାଧିକ ଜାଗାରେ ଭୁଜାଲାରେ ଆକ୍ରମଣ କରିଥିଲେ। ମୋଟ୍ ୩ଟି ବାଇକରେ ୬ ଜଣ ଆସି ଆକ୍ରମଣ କରି ତାଙ୍କୁ ଲୁଟପାଟ କରିଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କ ହାତରେ ଓ କାନ୍ଧରେ ଏକାଧିକ ଜାଗାରେ ଆକ୍ରମଣ କରିଛନ୍ତି ଲୁଟେରା ଏ ନେଇ ନିରଂଜନ ଏୟାରଫିଲଡ଼ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୋଲିସ ।

ଅନ୍ୟପଟେ ବଡଗଡ ବ୍ରିଟ କଲୋନୀ ଏବଂ ଶିଶୁଭବନ ଛକରେ ମଧ୍ୟ ପାହାନ୍ତିଆ ସମୟରେ କିଛି ଦୁର୍ବୃତ ଲୁଟପାଟ କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ରାତିରେ କମିଶନରେଟ ପୁଲିସ କଡା ପ୍ରହରା କରୁଛି ବୋଲି କହୁଛି । କିନ୍ତୁ ଦିନକୁ ଦିନ ରାତିରେ ବଢୁଥିବା ଅପରାଧ ପ୍ରମାଣ କରୁଛି ପୁଲିସ ଏବଂ ଅପରାଧୀଙ୍କ ମଧ୍ୟରୁ କିଏ ଚେଇଁଛି ଆଉ କିଏ ଶୋଇଛି।

Comments are closed.