Latest Odisha News

BREAKING NEWS

ଜୁଏଲାରୀ ମାଲିକଙ୍କ କାର ଉପରକୁ ଗୁଳିମାଡ଼;ଲୁଟେରା ଫେରାର

ସୋର: ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ସହ ଲୁଟ୍ ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ତେବେ ସ୍ଥାନୀୟ ଲୋକଙ୍କ ଗୋଡ଼ାଇବା ପରେ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଫଲ୍ସ ଫାୟାରିଂ କରି ଗୋଟିଏ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ ଅଞ୍ଚଳରେ ସୁନା ଦୋକାନୀଙ୍କ କାର ଉପରକୁ ଗୁଳିମାଡ଼ ହୋଇଛି ।

ଖବରମୁତାବକ, କୁପାରୀ ବଜାରରେ ଥିବା ନିଜ ସୁନା ଦୋକାନ ବନ୍ଦ କରି ମାଲିକ ହରେକୃଷ୍ଣ ସାହୁ ନିଜ କାର୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ପୂର୍ବରୁ ୪ ଜଣ ଦୁର୍ବୃତ୍ତ ଗୋଟିଏ ପଲସର ଓ ଗୋଟିଏ ୟୁନିକର୍ଣ୍ଣ ବାଇକରେ ଆସି ତାଙ୍କ କାର୍ ଉପରକୁ ଗୁଳି ଚଳାଇଥିଲେ । ଗୁଳି ଶବ୍ଦ ଶୁଣି ଆଖପାଖର ଅଞ୍ଚଳବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଆତଙ୍କ ସୃଷ୍ଟି କରିବା ପାଇଁ ଲୁଟେରାମାନେ ୪ ରାଉଣ୍ଡ ଫଲ୍ସ ଫାୟାରିଂ କରିଥିଲେ । ପରେ ଦୁର୍ବୃତ୍ତମାନେ ନିଜର ଗୋଟିଏ ବାଇକ୍ ଘଟଣାସ୍ଥଳରେ ଛାଡ଼ି ଅନ୍ୟ ବାଇକରେ ଫେରାର ହୋଇଯାଇଥିଲେ ।

ଖବର ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.