Latest Odisha News

BREAKING NEWS

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି କ୍ରିସ୍ ମୋରିସ୍‌, ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ

ଚେନ୍ନାଇ: ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ୍ ଆଇପିଏଲର ସବୁଠାରୁ ଦାମୀ ଖେଳାଳି । ଆଇପିଏଲ ନିଲାମୀରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ।

ରାଜସ୍ଥାନ ରୟାଲ୍ସ, କିଙ୍ଗସ୍ ଇଲେଭେନ ପଂଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ପ୍ରୀତି ଜିଣ୍ଟା ୧୬ କୋଟି ନିଲାମ ଡାକିବା ପରେ ତା ଠାରୁ ଆଗକୁ ଯାଇ ରାଜସ୍ଥାନ ରୟାଲ୍ସ ୧୬.୨୫କୋଟି ଡାକି ବାଜି ମାରି ନେଇଥିଲା ।

ଏହା ପୂର୍ବରୁ ୨୦୧୫ରେ ଦିଲ୍ଲୀ ଟିମ୍ ଯୁବରାଜ ସିଂ ୧୬ କୋଟି ଟଙ୍କାରେ କିଣିଥିଲା । ଯାହାଏ ଯାଏଁ ସର୍ବାଧିକ ଥିଲା ।

ଆଜି ମାତ୍ର ୭୫ ଲକ୍ଷ ବେସ୍ ପ୍ରାଇସରୁ ଆରମ୍ଭ ହୋଇ ୧୬.୨୫ କୋଟିରେ ପହଞ୍ଚିଥିଲା ନିଲାମ ।

Leave A Reply

Your email address will not be published.