Latest Odisha News

BREAKING NEWS

କ୍ରିଷ୍ଟିଆନ ରୋନାଲ୍ଡୋ ହେଲେ ଫୁଟବଲ ଇତିହାସର ସର୍ବାଧିକ ଗୋଲ ସ୍କୋରର

ରୋମ:ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଅଷ୍ଟ୍ରିଆର ଜୋସେଫ ବିକାନ, ବ୍ରାଜିଲର ପେଲେ ଓ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି । ଇଟାଲିୟନ ସୁପର କପ ଫାଇନାଲରେ ୟୁଭେଂଟସର ରୋନାଲ୍ଡୋ ନେପୋଲି ବିପକ୍ଷରେ ୨ଟି ଗୋଲ ସ୍କୋର କର ଦଳକୁ ଚାମ୍ପିୟନ କରିବା ସହ ଉପରୋକ୍ତ କୀର୍ତିମାନ ସ୍ଥାପନ କରିଥିଲେ । ରୋନାଲ୍ଡୋ ଓଭରାଲ ୭୬୦ ଗୋଲ ସ୍କୋର କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ବିକାନଙ୍କ ନାମରେ ଥିଲା ସେ ୭୫୯ ଗୋଲ ଦେଇଛନ୍ତି । ତେବେ ବିକାନ ଅଧିକ ଗୋଲ କରିଥିଲେ ମଧ୍ୟ କେତେଗୁଡିକର ରେକର୍ଡ ନ ଥିବାରୁ ଏହାକୁ ଗଣତି କରାଯାଉ ନାହିଁ । ସେହିପରି ପେଲେ ୭୫୭, ରୋମାରିଓ ୭୪୩ ଓ ମେସି ୭୧୯ ଗୋଲ ସ୍କୋର କରିଛନ୍ତି ।

ରୋନାଲ୍ଡୋ ଅନ୍ତର୍ଜାତୀୟ ଗୋଲରେ ମଧ୍ୟ ବିଶ୍ୱରେକର୍ଡର ନିକଟତର ହୋଇଛନ୍ତି । ସେ ୧୬୮ ଅନ୍ତର୍ଜାତୀୟ ମ୍ୟାଚରେ ୧୦୨ ଗୋଲ କରିଛନ୍ତି । ସେ ଇରାନର ପୂର୍ବ ଷ୍ଟ୍ରାଇକର ଅଲୀ ଡେଇଙ୍କଠାରୁ ମାତ୍ର ୭ ଗୋଲ ପଛରେ ଅଛନ୍ତି ।

Leave A Reply

Your email address will not be published.