Latest Odisha News

BREAKING NEWS

ମୋବାଇଲ ଫୋନ୍ ପାଇଁ ମାଆକୁ ମାରିଲା…

ମିରଟ: ସାମ୍ନାକୁ ଆସିଛି ଏକ ଚକିତକର ଘଟଣା । ମୋବାଇଲ ଫୋନ୍ ଆଗରେ ଫିକା ପଡିଲା ମାଆ ପୁଅର ପବିତ୍ର ତଥା ବିଶ୍ୱସନୀୟ ସଂପର୍କ । ଅକାଳରେ ଚାଲିଗଲା ଜଣେ ମାଆର ଜୀବନ । ହତ୍ୟାକାରୀର ଆଖ୍ୟା ପାଇଲା ଜଣେ ହତଭାଗା ପୁଅ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶ ମିରଟର ମୋହଲ୍ଲା ଇସଲାମାବାଦ ଅଂଚଳ ।

ରେଶମା ନାମକ ଜଣେ ମହିଳାଙ୍କୁ ଖୋଦ ତାଙ୍କ ପୁଅ ହିଁ ହତ୍ୟା କରିଥିଲା । କାରଣ ସାଜିଥିଲା ମୋବାଇଲ ଫୋନ । ମୋବାଇଲ ପାଇଁ ମୃତ ମହିଳାଙ୍କ ପୁଅ ରେଶମାଙ୍କୁ ଟଙ୍କା ମାଗିଥିଲା । ହେଲେ ପୁଅକୁ ଟଙ୍କା ନ ଦେବା ରେଶମାଙ୍କୁ ମହଙ୍ଗା ପଡିଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ରେଶମାଙ୍କୁ ତାଙ୍କ ପୁଅ ମୋବାଇଲ ଫୋନ୍ କିଣିବା ପାଇଁ ୧୦ହଜାର ଟଙ୍କା ମାଗିଥିଲା । ହେଲେ ପାଖରେ ଏତେ ଟଙ୍କା ନଥିବାରୁ ରେଶମା ସିଧାସଳଖ ମନା କରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ମାଆର ତଣ୍ଟିଚିପି ହତ୍ୟା କରିଥିଲା ସାବତ ପୁଅ ।

ହତ୍ୟା ସମୟରେ ମହିଳାଙ୍କ ସ୍ୱାମୀ ଅବଦୁର ରେହମାନ ଘରେ ଅନୁପସ୍ଥିତ ଥିଲେ । ତେବେ ସାବତ ମାଆକୁ ହତ୍ୟା କରିବା ପରେ ବାପାକୁ ଏ ସମ୍ବନ୍ଧରେ ଜଣାଇ ଅଭିଯୁକ୍ତ ପୁଅ ଚମ୍ପଟ୍ ମାରିଥିଲା । ଏହି ମାମଲାକୁ ନେଇ ଅବଦୁର ରେହମାନ ପୁଅ ବିରୋଧରେ ଥାନାରେ ଏତଲା ଦେଇଥିଲାବେଳେ ଫେରାର ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ମୃତ ମହିଳା ଜଣକ ଅବଦୁର ରେହମାନଙ୍କ ଦ୍ୱିତୀୟ ସ୍ତ୍ରୀ । ତାଙ୍କ ପ୍ରଥମ ସ୍ତ୍ରୀ ଅନ୍ୟତ୍ର ରହୁଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ରେଶମାଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମୋର୍ଟମ୍ ପାଇଁ ପଠାଇଛି ।

Leave A Reply

Your email address will not be published.