Latest Odisha News

BREAKING NEWS

୭୫ କୋଟି ଟଙ୍କା ମୂଲ୍ୟର ବିଶ୍ୱର ଦାମୀ କାର କିଣିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ବିଶ୍ୱର ଦାମୀ କାର ବୁଗାଟି ଲା ଭାଓଏଭର କିଣିଛନ୍ତି । ଏହାର ମୂଲ୍ୟ ୭୫ କୋଟି ଟଙ୍କା ରହିଛି ।  ଯେଉଁ କାରକୁ ରୋନାଲ୍ଡୋ କିଣିଛନ୍ତି, ତାକୁ ତିଆରି କରୁଥିବା କମ୍ପାନୀ ଏଭଳି ୧୦ଟି କାର ତିଆରି କରିଛି । ବୁଗାଟି ଲ ଭାଓଏଭର(ସେଟୋଡିସି)କୁ କିଣିବା ପାଇଁ ସେ ପ୍ରାୟ ୮.୫ ମିଲିୟନ ୟୁରୋ ଦେଇଥିଲେ । ୩୫ ବର୍ଷୀୟ ଷ୍ଟାର ଫୁଟବଲର ରୋନାଲ୍ହୋ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି କାରର ଫଟୋକୁ ନିଜର ପ୍ରଶଂସକଙ୍କ ପାଇଁ ଅପଲୋଡ୍ କରିଛନ୍ତି ଓ ତାଙ୍କୁ ସୂଚନା ଦେଇଛନ୍ତି ।

ବିଶ୍ବର ସବୁଠାରୁ ଦାମୀ କାରର ମାଲିକ ରୋନାଲ୍ଡୋଙ୍କ ଗ୍ୟାରେଜରେ ଯେତେ କାର ରହିଛି ତା’ର ମୂଲ୍ୟ ୨୬୪ କୋଟି ଟଙ୍କାରୁ ଅଧିକ । କାର ୩୮୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଇଥାଏ, ୨.୪ ସେକେଣ୍ଡରେ ଏହି କାରର ବେଗ ୬୦ କିମି ପ୍ରତି ଘଣ୍ଟା ପର‌୍ୟ୍ୟନ୍ତ ପହଁଞ୍ଚି ଯାଇଥାଏ । ତେବେ ଏହି କାର ପାଇଁ ରୋନାଲ୍ଡୋଙ୍କୁ ୨୦୨୧ ପର‌୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିବ ଓ ତାଙ୍କୁ ଆଗାମୀ ବର୍ଷ ଏହାର ଡେଲିଭରି ମିଳିବ ।

Leave A Reply

Your email address will not be published.