Latest Odisha News

BREAKING NEWS

ଆନ୍ତର୍ଜାତୀୟ ଫୁଟବଲରେ ଆଉ ଏକ କୀର୍ତିମାନ ସ୍ଥାପନ କଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଅଧିନାୟକ ତଥା ବିଶ୍ୱ ଫୁଟବଲର ମହାନ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଆନ୍ତର୍ଜାତୀୟ ଫୁଟବଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଫୁଟବଲ ଖେଳାଳି ଭାବେ ୨୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୟୁରୋ ୨୦୨୪ ଆଇସଲାଣ୍ଡ ବିପକ୍ଷ କ୍ୱାଲିଫାଇଂ ମ୍ୟାଚରେ ସେ ୮୯ତମ ମିନିଟରେ ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ । ଏଥିସହ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଆନ୍ତର୍ଜାତୀୟ ମୁକାବିଲାରେ ତାଙ୍କ ଗୋଲ ସଂଖ୍ୟା ୧୨୩ରେ ପଂହଚିଛି । ୨୦୦ ମ୍ୟାଚ ଖେଳିବି ବୋଲି ମୁଁ କେବେ ସ୍ୱପ୍ନରେ ଭାବି ନ ଥିଲି । ଏହା ନିଶ୍ଚିତ ଭାବେ ମୋ ପାଇଁ ଗର୍ବର ବିଷୟ ବୋଲି ଏହି ମହାନ ଖେଳାଳିଜଣଙ୍କ କହିଛନ୍ତି ।

ରୋନାଲ୍ଡୋଙ୍କ ପଛକୁ କୁଏଟର ବଦର ଅଲ ମୁସବା (୧୯୬) ରହିଛନ୍ତି । ଆର୍ଜେଂଟିନାର ଲିଓନେଲ ମେସୀ ୧୭୫ ମ୍ୟାଚ ସହ a୧୧ତମ ସ୍ଥାନରେ ରହିଛନ୍ତି । ଭାରତର ସୁନୀଲ ଛେତ୍ରୀ ୧୩୭ ମ୍ୟାଚ ଖେଳିଛନ୍ତି । ସର୍ବାଧିକ ଗୋଲ ସ୍କୋର କରିବାରେ ରୋନାଲ୍ଡୋଙ୍କ ପଛକୁ ଇରାନର ଅଲୀ ଡେଇ ରହିଛନ୍ତି । ସେ ୧୦୯ ଗୋଲ ସ୍କୋର କରିଛନ୍ତି ।

Leave A Reply

Your email address will not be published.