Latest Odisha News

BREAKING NEWS

ମାଆ ହେଲେ ଅଭିନେତ୍ରୀ ଦୀପିକା କକ୍କର

ମୁମ୍ବାଇ: ମାଆ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର । ବୁଧବାର ସକାଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ଉଭୟ ଦୀପିକା ଏବଂ ସୋଏବଙ୍କ ପରିବାରରେ ଖୁସି ଦେଖାଦେଇଛି । ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖୁସି ଖବର ସେୟାର କରିଛନ୍ତି । ଏହା ଜାଣିବା ପରେ ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି ।

BjdElectrycity

ଦୀପିକାଙ୍କ ପ୍ରିମେଚୋର ଡେଲିଭରୀ ହୋଇଛି । ହେଲେ ଚିନ୍ତାର କୌଣସି କାରଣ ନାହିଁ ବୋଲି ନିଜେ ଦୀପିକା କହିଛନ୍ତି । ଉଭୟ ମାଆ ଓ ପୁଅ ସୁସ୍ଥ ଅଛନ୍ତି । ଦୀପିକା ଗର୍ଭଧାରଣ କରିବାର ଆରମ୍ଭରୁ ହିଁ ସୋସିଆଲ ମିଡ଼ିଆରେ ସମସ୍ତ ବିଷୟ ସେୟାର କରୁଥିଲେ । ମଙ୍ଗଳବାର ସୋଏବ ତାଙ୍କ ଜନ୍ମଦିନ ମନାଇଥିବା ବେଳେ ବୁଧବାର ତାଙ୍କ ପୁଅ ଏହି ଦୁନିଆକୁ ଆସିଛି । ବାପାଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ପୁଅର ଜନ୍ମ ହୋଇଛି । ଏହା ବୋଧହୁଏ୍ ସୋଏବଙ୍କ ପାଇଁ ସବୁଠାରୁ ବଡ଼ ଜନ୍ମଦିନ ଉପହାର ।

Leave A Reply

Your email address will not be published.