Latest Odisha News

ଅପପୁଷ୍ଟିର ଚିକିତ୍ସା ଉପରେ ଆମ୍ରି ହସ୍ପିଟାଲରେ କର୍ମଶାଳା

ଭୁବନେଶ୍ୱର: ଆମ୍ରି ହସ୍ପିଟାଲରେ କ୍ରିଟିକାଲ୍ କେୟାର ନୁଟ୍ରିସନ୍ (ଅପପୁଷ୍ଟି) ଉପରେ ଏକ କର୍ମଶାଳା ଆୟୋଜିତ ହୋଇଛି । ଯେଉଁଥିରେ ଶହେରୁ ଅଧିକ ବିଶେଷଜ୍ଞଙ୍କ ସହ ସରକାରୀ ଓ ବେସରକାରୀ ହସ୍ପିଟାଲର ଡାକ୍ତର ଓଡ଼ିଶା ଏବେ ବାହାରୁ ଯୋଗ ଦେଇଥିଲେ ।

କର୍ମଶାଳାରେ ଏମ୍ସ, ଆପୋଲ ହସ୍ପିଟାଲକର ବିଶେଷଜ୍ଞ ସାମିଲ୍ ହୋଇ କ୍ଲିନିକାଲ୍ ନୁଟ୍ରିସନ୍ ଓ ପେସେଣ୍ଟ କେୟାରକୁ ନେଇ ମତ ରଖିଥିଲେ । ଆମ୍ରି ହସ୍ପିଟାଲର କ୍ଲିନିକାଲ୍ ନୁଟ୍ରିସନ୍ ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେ ଅପପୁଷ୍ଟିକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା ।

ବର୍ତ୍ତମାନ ସମୟରେ ଅପପୁଷ୍ଟି ସମସ୍ତ ଚିକିତ୍ସାଳୟ ପାଇଁ ସମସ୍ୟା ବୋଲି କହିଥିଲେ ଆମ୍ରି ହସ୍ପିଟାଲ ଭୁବନେଶ୍ୱରର ନିର୍ଦ୍ଦେଶକ ସିଦ୍ଧାର୍ଥ ମିଶ୍ର । ଅନ୍ୟମାନଙ୍କ ମଧ୍ୟରେ ଆମ୍ରି ହସ୍ପିଟାଲର ପୁଲମୋନୋଲୋଜିଷ୍ଟ ବିଶେଷଜ୍ଞ ଡାକ୍ତର ଶରତ ବେହେରା, ଡାକ୍ତର ସପ୍ତର୍ଷୀ ବାନାର୍ଜୀ ମଧ୍ୟ ମତ ରଖିଥିଲେ ।

Comments are closed.