Latest Odisha News

ୱିଣ୍ଡୋଜ୍ ବ୍ୟବହାର କରୁଥିଲେ ସାବଧାନ, ସରକାର ଜାରି କଲେ ଚେତାବନୀ

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗରେ ଟେକ୍ନୋଲୋଜି ମାନବ ଜୀବନକୁ ଅତି ସହଜ କରିଦେଇଛି । କିନ୍ତୁ ଏହା ସହିତ ଏହା ଅନେକ ବିପଦ ମଧ୍ୟ ସୃଷ୍ଟି କରିଛି । ବର୍ତ୍ତମାନର ମୟରେ ସବୁଠାରୁ ବଡ ବିପଦ ହେଉଛି ସାଇବର ଆକ୍ରମଣ। ସାଇବର ଠକମାନେ ପ୍ରତିଦିନ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ଏହି ଠକମାନେ ଲୋକଙ୍କ କମ୍ପ୍ୟୁଟର ଏବଂ ମୋବାଇଲ୍କୁ ହ୍ୟାକ୍ କରି ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାନ୍ତି । ନିକଟରେ ଭାରତର ସାଇବର ସୁରକ୍ଷା ଏଜେନ୍ସି CERT-In ଏକ ଚେତାବନୀ ଦେଇଛି। ସୁରକ୍ଷା ଏଜେନ୍ସିର କହିବା ଅନୁସାରେ, ୱିଣ୍ଡୋଜ୍ ୧୦ ଏବଂ ୧୧ ରେ କିଛି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଏଜେନ୍ସି କହିଛି ଯେ ଏହି ତ୍ରୁଟି ହେତୁ ସାଇବର ହ୍ୟାକର୍ମାନେ ଆପଣଙ୍କ କମ୍ପ୍ୟୁଟରକୁ କ୍ଷତି ପହଞ୍ଚାଇପାରନ୍ତି। ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଚୋରି ହୋଇପାରେ ।

ବାସ୍ତବରେ, ଏହି ତ୍ରୁଟି ସେହି ୱିଣ୍ଡୋଜ୍ ସିଷ୍ଟମକୁ ଅଧିକ ପ୍ରଭାବିତ କରିଥାଏ ଯେଉଁଥିରେ ଭର୍ଚୁଆଲାଇଜେସନ୍-ଆଧାରିତ ସୁରକ୍ଷା (VBS) ଏବଂ ୱିଣ୍ଡୋଜ୍ ବ୍ୟାକଅପ୍ ଫିଚର ରହିଛି । ହ୍ୟାକରମାନେ ଏହି ତ୍ରୁଟିର ସୁଯୋଗ ନେଇ ଆପଣଙ୍କ କମ୍ପ୍ୟୁଟରରେ ଥିବା ଗୁରୁତ୍ୱପୂର୍ଣ୍ଣ ଅଂଶ ପର୍ଯ୍ୟନ୍ତ ଯାଇ ଗୁରୁତ୍ଵପୁର୍ଣ୍ଣ ତଥ୍ୟ ଚୋରୀ କରନ୍ତି । ଏଭଳି ପରିସ୍ଥିତିରେ, ହ୍ୟାକରମାନଙ୍କ ପ୍ରତି ବହୁତ ସତର୍କ ରହିବା ଉଚିତ ଏବଂ ସମୟ ସମୟରେ ସିଷ୍ଟମ୍ ଅପଡେଟ୍ କରିବା ଆବଶ୍ୟକ ।

କେଉଁ ୱିଣ୍ଡୋଜ୍ ଭର୍ସନ ପ୍ରଭାବିତ ହେଉଛି

  • ୱିଣ୍ଡୋଜ୍ ୧୦: ଭର୍ସନ ୧୬୦୭, ୨୧ଏଚ୨, ୨୨ଏଚ୨, ୧୮୦୯, ୩୨-ବିଟ୍, x୬୪, ଏବଂ ଏଆରଏମ୬୪- ଆଧାରିତ ସିଷ୍ଟମ୍ ।
  • ୱିଣ୍ଡୋଜ୍ ୧୧: ଭର୍ସନ ୨୧ଏଚ୨, ୨୨ଏଚ୨, ୨୪ଏଚ୨, x୬୪ ଏବଂ ଏଆରଏମ୬୪ ଆଧାରିତ ସିଷ୍ଟମ୍ ।
  • ୱିଣ୍ଡୋଜ୍ ସର୍ଭର: ୱିଣ୍ଡୋଜ୍ ସର୍ଭର ୨୦୧୬, ୨୦୧୯, ୨୦୨୨ ଏବଂ ସର୍ଭର କୋର ଇନଷ୍ଟଲେସନ୍ |

କିପରି ରହିବେ ସୁରକ୍ଷିତ

  • ଆପଣଙ୍କ କମ୍ପ୍ୟୁଟରରେ ଫାୟାରୱାଲ୍ ରଖନ୍ତୁ । ଏଥିସହ ଏକ ଭଲ ଆଣ୍ଟିଭାଇରସ୍ ସଫ୍ଟୱେର୍ ମଧ୍ୟ ବ୍ୟବହାର କରନ୍ତୁ ।
  • କୌଣସି ସନ୍ଦେହଜନକ ଇମେଲ୍ କିମ୍ବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ ।
  • ଯଦି ଆବଶ୍ୟକ ନଥାଏ ତେବେ ଭିବିଏସ ଏବଂ ୱିଣ୍ଡୋଜ୍ ବ୍ୟାକଅପ୍ ଫିଚର ଗୁଡିକ ବନ୍ଦ କରିଦିଅନ୍ତୁ ।
  • ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ତଥ୍ୟର ବ୍ୟାକଅପ୍ ନିଶ୍ଚୟ କରନ୍ତୁ ।
  • ମାଇକ୍ରୋସଫ୍ଟ ଏବଂ CERT-In ରୁ ଆସୁଥିବା ଅପଡେଟଗୁଡ଼ିକୁ ତୁରନ୍ତ ଅନୁସରଣ କରନ୍ତୁ ।
  • ଆପଣଙ୍କ କମ୍ପ୍ୟୁଟରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ହ୍ୟାକରମାନଙ୍କ ଠାରୁ ସାବଧାନ ରୁହନ୍ତୁ ।

 

Comments are closed.