Latest Odisha News

BREAKING NEWS

ଫିଫା ବିଶ୍ୱକପ : ବ୍ରାଜିଲ ବିଦା, ଆର୍ଜେଂଟିନା ସେମିରେ

ଦୋହା: ଚଳିତ ଫିଫା ବିଶ୍ୱକପରେ କ୍ରୋଏସିଆ ୫ଥର ବିଶ୍ୱକପ ଚାମ୍ପିୟନ ବ୍ରାଜିଲକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ଆର୍ଜେଂଟିନା ୪-୩ ପେନାଲ୍ଟି ଶୁଟଆଉଟରେ ନେଦରଲାଣ୍ଡସକୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି । ପ୍ରଥମ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ ପେନାଲ୍ଟି ଶୁଟଆଉଟରେ ୪-୨ରେ ବିଜୟ ହାସଲ କରିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ଗୋଲଶୂନ୍ୟ ରହିଥିଲେ । ଇଂଜୁରୀ ଟାଇମରେ ଉଭୟ ଟିମ ଗୋଟିଏ ଲେଖାଁଏ ଗୋଲ କରିଥିଲେ । ବ୍ରାଜିଲ ପକ୍ଷରୁ ନେମାର ଓ କ୍ରୋଏସିଆର ପେଟକୋଭିଚ ଗୋଲ ସ୍କୋର କରିଥିଲେ । ତେବେ ପେନାଲ୍ଟି ଶୁଟ ଆଉଟରେ ରୋଡ୍ରିଗ୍ୟୁ ଓ ମାର୍କିନୋସ ଗୋଲ ମିସ କରିଥିବା ବେଳେ କ୍ରୋଏସିଆ ପ୍ରଥମ ୪ଟି ଶଟ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା । ୧୪ ଡିସେମ୍ବରେ ଆର୍ଜେଂଟିନା ଓ କ୍ରୋଏସିଆ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ ।

ମେସି ଟିମ ସେମିରେ: ଅପରପକ୍ଷରେ ଲିଓନେଲ ମେସିଙ୍କ ଟିମ ଆର୍ଜେଂଟିନା ୪-୩ ପେନାଲ୍ଟି ଶୁଟଆଉଟରେ ନେଦରଲାଣ୍ଡସକୁ ମାତ ଦେଇଛି । ନିର୍ଦ୍ଧାରିତ ସମୟ ସୁଦ୍ଧା ଆର୍ଜେଂଟିନା ୨-୧ ଗୋଲରେ ଆଗୁଆ ରହିଥିଲା । ଇଂଜୁରୀ ଟାଇମରେ ବାଉଟ ବେଘୋର୍ଷ୍ଟ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରି ମ୍ୟାଚକୁ ୨-୨ ସମାନ ସ୍ଥିତିକୁ ଆଣି ଦେଇଥିଲେ । ଆର୍ଜେଂଟିନା ପକ୍ଷରୁ ନାହୁଲେ ମୋଲିନା ଓ ମେସି ଗୋଲ ସ୍କୋର କରିଥିଲେ । ପେନାଲ୍ଟି ଶୁଟଆଉଟରେ ଆର୍ଜେଂଟିନା ଗୋଲକିପର ଏମି ମାର୍ଟିନେଜ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ବର୍ଜିଲ ୱାନ ଡାଇକ ଓ ଷ୍ଟିଭେନ ବର୍ଗହାଉସଙ୍କ ଶଟ ରୋକି ଦଳକୁ ଗୁରୁତ୍ୱପୂର୍ଣ୍ଣ ବିଜୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.