Latest Odisha News

BREAKING NEWS

‘ପ୍ରଧାନ ବିଚାରପତିଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦେଲେ ନିର୍ବାଚନ ନିରପେକ୍ଷ ହୋଇପାରନ୍ତା’

ଥିଙ୍କର୍ସ କ୍ଲବର ୫୨ ତମ ଆଭାସି ଆଲୋଚନା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା ଭଗବାନ ପ୍ରକାଶ ଥିଙ୍କର୍ଶ କ୍ଲବ୍ ର ୫୨ ତମ ଆଭାସି ଆଲୋଚନାରେ କହିଛନ୍ତିଯେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ କମିଟି ଜରିଆରେ ନିଯୁକ୍ତି ଦେଇ ଅଷ୍ଟ୍ରେଲିଆ କଲମ୍ବିଆ ଦେଶ ପରି ବାଧ୍ୟତାମୂଳକ ଭୋଟ ଦାନ ନୀତି ଭାରତରେ ଲାଗୁ କରାଯାଉ ।

ଏଥିରେ ସାମିଲ ହୋଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସହଦେବ ସାହୁ କହିଲେଯେ ୨୦୦୩ ଠାରୁ କଂଗ୍ରେସ ସରକାର ନିର୍ବାଚନ ଆଇନରେ ପରିବର୍ତ୍ତନ କରାଯିବା ଓ ଲୋକ ପ୍ରତିନିଧିମାନଙ୍କୁ ଦଳ ମୁଖ୍ୟ ନିଜ ଅଞ୍ଚଳ ପରିବର୍ତ୍ତେ ଅନ୍ୟ ସ୍ଥାନରେ ନିର୍ବାଚନରେ ପ୍ରାର୍ଥୀ କରିବା ଫଳରେ ଗଣତନ୍ତ୍ର ଦଳତନ୍ତ୍ରରେ ପରିଣତ ହୋଇଛି । ଦେଶର ଅଧିକାଂଶ ଲୋକେ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ରାଜନୈତିକ କର୍ମୀ ମାନେ ଟଙ୍କା ଦେଇ ଭୋଟ ପାଇଯାଉଛନ୍ତି । ଜେନତେନ ପ୍ରକାରେ ଭୋଟ ନେଲେ ଗଣତନ୍ତ୍ର ବିପନ୍ନ ହେବ ଓ ଦେଶ ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ଯିବ । ଏଣୁ ଦଳପତି ମାନେ ଏ ଦିଗରେ ଦୃଷ୍ଟି ଦିଅନ୍ତୁ । ସଭାକୁ ସଂଯୋଜନା କରି ଥିଙ୍କର୍ସ୍ କ୍ଲବ୍ ର ସଭାପତି ବରଦା ଦାସ ନିର୍ବାଚନ ଆଇନରେ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ସୁପ୍ରିମକୋର୍ଟ ର ଆଡଭୋକେଟ ସୋମ୍ୟାଜିତ୍ ପାଣି, ପ୍ରଫେସର ନଗେନ୍ଦ୍ରାନଥ ମିଶ୍ର, ଡ. ନନ୍ଦନ ଦାସ, ଇସିଏସ୍ ଶାସ୍ତ୍ରୀ ,ପାଣ୍ଡବ ବେହେରା, ଡ. ବ୍ରଜ ନାୟକ, ପ୍ରଫେସର ଉମାଶଙ୍କର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ନିର୍ବାଚନ ସମୟରେ ପ୍ରଧାନ ବିଚାରପତିଙ୍କୁ ଅସ୍ଥାୟୀ ଭାବେ ଶାସନ ଦାୟିତ୍ୱ ଦେଲେ ନିର୍ବାଚନ ନିରପେକ୍ଷ ହୋଇପାରନ୍ତା ବୋଲି ମତ ଦେଇଥିଲେ ।

Leave A Reply

Your email address will not be published.