Latest Odisha News

BREAKING NEWS

କବଡ଼ିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଥିବା ଏକ କବଡ଼ିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ।

ଏଥିରେ କୌଣସି ଜୀବନ ହାନି ହୋଇନଥିବା ବେଳେ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି। ସକାଳୁ ମର୍ଣ୍ଣିଂ ଯିବା ବେଳେ ଜଣେ ବ୍ୟକ୍ତି ନିଆଁ ଲାଗିବାରେ ଦେଖିଥିଲେ। ଏ ନେଇ ଇମ୍ଫୋସିଟି ଥାନାକୁ ଖବର କରିବା ସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Leave A Reply

Your email address will not be published.