Latest Odisha News

BREAKING NEWS

ଧାନ ବିଲରେ ୬ ଫୁଟ୍ ଲମ୍ବର କୁମ୍ଭୀର

ଗଂଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ତଲାସିଙ୍ଗୀ ଗାଁର ଏକ ଧାନ ବିଲରୁ ଏକ ଛଅ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି । ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହାକୁ ଉଦ୍ଧାର କରାଯାଇଥିଲା ।

ସୂଚନା ଅନୁଯାୟୀ, ଗାଁର ସୀମାଞ୍ଚଳ ପାଣିଗ୍ରାହୀଙ୍କ ଧାନବିଲରେ କୁମ୍ଭୀରଟି ରହିଥିବା ନିକଟରେ କାମ କରୁଥିବା କିଛି ଚାଷୀ ଦେଖିବାକୁ ପାଇଥିଲେ । ଏ ନେଇ ସ୍ଥାନୀୟ ରେଂଜରଙ୍କୁ ଜଣାଇବା ପରେ ବନ ବିଭାଗ କର୍ମଚାରୀ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । ରେଂଜରଙ୍କ କହିବାନୁସାରେ, କୁମ୍ଭୀରଟି ନିକଟରେ ଥିବା ଘୋଡାହାଡ ଡ୍ୟାମରୁ କେନାଲ ପାଣିରେ ଭାସି ଆସିଛି । ଏହା ଗୋମୁହଁ ପ୍ରଜାତିର ବୋଲି ଜଣାପଡିଛି । କୁମ୍ଭୀରକୁ କାବୁ କରିବା ପରେ ତାକୁ ପୁଣି କେନାଲରେ ଛାଡି ଦିଆଯାଇଛି ।

Leave A Reply

Your email address will not be published.