Latest Odisha News

BREAKING NEWS

‘ବାପାଙ୍କ ଅନୁରୋଧ ପାଇଁ କଙ୍ଗନାଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା’

ନୂଆଦିଲ୍ଳୀ: ବିବାଦୀୟ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନିକଟରେ ତାଙ୍କୁ ମିଳିଛି ୱାଇ-କ୍ୟାଟେଗୋରୀ ସୁରକ୍ଷା । ତେବେ ଏହି ସୁରକ୍ଷା ତାଙ୍କୁ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ ଦିଆଯାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.ମିଷନ ରେଡ୍ଡୀ କହିଛନ୍ତି ।

ସେ କହିଛନ୍ତି ଯେ କଙ୍ଗନାଙ୍କ ପ୍ରତି ବିପଦ ଆଶଙ୍କା ଦର୍ଶାଇ ତାଙ୍କୁ ସୁରକ୍ଷା ଦେବାକୁ ତାଙ୍କ ବାପା ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ହିମାଚଳ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସୁରକ୍ଷା ଦିଆଯାଇଥିବା ରେଡ୍ଡୀ କହିଛନ୍ତି ।

କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ ତାଙ୍କୁ ମୁମ୍ବାଇରେ ପୁରାଇଦିଆଯିବ ନାହିଁ ବୋଲି ଶିବସେନା ଧମକ ଦେବା ପରେ ତାଙ୍କୁ ଏହି ସୁରକ୍ଷା ଦିଆଯାଇଥିଲା । ଶିବସେନାଙ୍କ ଧମକ ସତ୍ତ୍ୱେ କଙ୍ଗନା ଗତ ୯ ତାରିଖରେ ମୁମ୍ବାଇ ଫେରିଥିଲେ । ତେବେ ମୁମ୍ବାଇ ମହାନଗର ପାଳିକା ବିଏମସି ପକ୍ଷରୁ ତାଙ୍କର ପାଲିହିଲ ସ୍ଥିତ ଅଫିସ ଓ ଘରକୁ ଭାଙ୍ଗି ଦିଆଯାଇଥିଲା । ଏହା ପରେ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ବଢିଯାଇଥିଲା । ଆଜି ସେ ଆଉ ଏକ ବିବାଦୀୟ ଟ୍ଵିଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ରାବଣ ସହ ତୁଳନା କରିଛନ୍ତି ।

 

Leave A Reply

Your email address will not be published.