Latest Odisha News

BREAKING NEWS

ଜିଆରଏସଙ୍କ ମାସକୁ ଦରମା ୮ ହଜାର ୫୦୦, ସମ୍ପତ୍ତି କୋଟି କୋଟି ଟଙ୍କାର

ଭୁବନେଶ୍ୱର: ଜେଲ ଗଲେ କୋଟିପତି ଜିଆରଏସ। ଯିଏ ମାସକୁ ପାଆନ୍ତି ସାଢେ ଆଠ ହଜାର ଟଙ୍କା ଦରମା। ହେଲେ ରୁହନ୍ତି ସେହି ତିନିମହଲା ଘରେ ଯାହାର ଦାମ ୧କୋଟି ୨୪ଲକ୍ଷ। କେବଳ ସେତିକି ନୁହେ ଭୁବନେଶ୍ୱର ରେ ଗୋଟିଏ ୧୪ଲକ୍ଷ, ଆଉ ଗୋଟିଏ ୩୨ ଲକ୍ଷର ୨ଟି ଘର ସହ ୧୪ଲକ୍ଷର ଏକ ଫ୍ଲାଟ ।

ଏଥି ସହ ୫ଲକ୍ଷର କାର‌ ସହ‌ ଗୋଟିଏ ବାଇକ। ସବୁଠୁ ଆଶ୍ଚର୍ଯର କଥା ଭୁବନେଶ୍ୱରରେ ଏହି ବାବୁଙ୍କର ୫୯ଟି ପ୍ଲଟ ସହ କଟକରେ ଗୋଟିଏ ପ୍ଲଟ ରହିଛି ମୋଟ ୬୦ଟି ପ୍ଲଟ ରଖିଛନ୍ତି ।

ତେବେ ଏସବୁ ସମ୍ପତି ତାଙ୍କ ପୈତୃକ ସମ୍ପତି ଏହା କୋଣସି କଳାଧନ ନୂହେ। ଯାହାର ସବୁ କାଗଜ ପତ୍ର‌ ଅଛି ବୋଲି ସଫେଇ ଦେଇଛନ୍ତି। ହେଲେ ଭିଜିଲାନ୍ସର ପ୍ରେସ ରିଲିଜ ଜରିଆରେ ଜଣାଇଛି ଜିଆରଏସଙ୍କ ସମ୍ପତି ଆୟଠାରୁ ୩୮୩ଗୁଣ ଅଧିକ। ଯାହାକୁ ନେଇ ତାକୁ ପିସି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ।

ଇଞ୍ଜଣା ପଞ୍ଚାୟତର ଜିଆରଏସ ବାବୁଲି ଚରଣ ପଢିହାରିଙ୍କୁ ପିସିଆକ୍ଟରେ ଗିରଫ କରିଛି ଭିଜିଲାନ୍ସ ପରେ କୋର୍ଟ ଚାଲାଣ ପରେ କୋର୍ଟ ବିଚାରବିଭାଗୀୟ ହାଜତକୁ ଝାରପଡା ପଠାଇଛନ୍ତି। ତେବେ ସୋମବାର ଭିଜିଲାନ୍ସ ଏନେଇ ୬ଟି ସ୍ଥାନରେ ରେଡ କରିଥିଲା।

Comments are closed.