Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ସିଟି ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପସନ୍ ୱିଙ୍ଗର ଏକ ଟିମ୍ ଶିକ୍ଷୟିତ୍ରୀଙ୍କ ବାସଭବନ ସମେତ ଅନ୍ୟ ୨ଟି ସ୍ଥାନରେ ଚଢାଉ କରିଛି ।

ଏହି ଚଢାଉ ବେଳେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ୯ଟି ପ୍ଲଟ୍, ୨ଟି ଘର ଓ ବ୍ୟାଙ୍କ ବାଲାନ୍ସ ସହ ପାଖାପାଖି ୧ କୋଟି ଟଙ୍କା ତାଙ୍କ ନାମରେ ରହିଥିବା ନେଇ ଜଣାପଡିଛି।

ଏନେଇ ଭିଜିଲାନ୍ସ ଟିମ୍ ପକ୍ଷରୁ ଯାଞ୍ଚ ଜାରି ରହିଛି।

Leave A Reply

Your email address will not be published.