Latest Odisha News

BREAKING NEWS

ମଠ ଉଚ୍ଛେଦ ଲାଗି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଅ: ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀ ମଠ ଉଚ୍ଛେଦ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପରାମର୍ଶ ଗ୍ରହଣ କରନ୍ତୁ ବୋଲି ଗୁରୁବାର ଦିନ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଖୁବଶୀଘ୍ର ଏକ ରିପୋର୍ଟ ପ୍ରଦାନ କରିବା ଲାଗି ଆପେକ୍ସ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ମଧ୍ୟ ଏହି ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୨୨ ତାରିଖ ଯାଏଁ ଆପେକ୍ସ କୋର୍ଟ ଘୁଞ୍ଚାଇଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ତଥା ମେଘନାଦ ପାଚେରୀରୁ ପ୍ରାୟ ୭୫ମି. ଯାଏଁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦାଏର ହୋଇଥିବା ୨ଟି ମାମଲାକୁ ସୁପ୍ରିମକୋର୍ଟ ଅଗଷ୍ଟ ୨୭ ତାରିଖରେ ଖାରଜ କରିଦେଇଥିଲେ ।

ସେହିପରି ସେପ୍ଟେମ୍ବର ୭ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଣଜୀତ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହେତା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୭୫ମି. ପରିଧି ମଧ୍ୟରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟାରେ ଓଡିଶା ସରକାରଙ୍କୁ କ୍ଲିନଚିଟ୍ ଦେଇଥିଲେ ।

Leave A Reply

Your email address will not be published.