Latest Odisha News

BREAKING NEWS

ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ ୨୦୧୯: ଜିତିଲେ ଓଡ଼ିଶାର ଏହି ୩ ସୁନ୍ଦରୀ !

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ସୁନ୍ଦରୀ ଝିଅ ଜାତୀୟସ୍ତରରେ ପୁରସ୍କାର ହାସଲ କରିପାରିଛନ୍ତି । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ‘ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ -୨୦୧୯’ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଓଡ଼ିଆ ଝିଅ ପୁରସ୍କାର ଲାଭ କରିଛନ୍ତି ।

ଜାତୀୟସ୍ତରର ଏହି ସୁନ୍ଦରୀ ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସୁନ୍ଦରୀ ଇପସିତା ଦାସ ଜାହ୍ନବୀ ପାଠକ ଏବଂ ନଗଜା ନିରଞ୍ଜନା ପୁରସ୍କାର ହାସଲ କରିପାରିଛନ୍ତି ।

ଓଡ଼ିଆ ଝିଅ ଇପସିତା ଦାସ ‘ମିସ୍ ଇଣ୍ଡିଆ ଚାର୍ମିଂ ଫେସ୍ ଗ୍ଲୋବାଲ୍ ୟୁନିଭର୍ସ’ ବିଜେତା ହୋଇଛନ୍ତି । ଏହି କ୍ୟାଟେଗୋରୀରେ ଜାହ୍ନବୀ ପାଠକ ରନର୍ସ ଅପ ଭାବେ ପୁରସ୍କୃତ ହୋଇଛନ୍ତି । ତେବେ ମିସ୍ ଇଣ୍ଡିଆ ଚାର୍ମିଂ ଫେସ୍ ଟୁରିଜିମ୍ ଆମ୍ବାସଡ଼ାର୍ କ୍ୟାଟେଗୋରୀରେ ଓଡ଼ିଶା ପ୍ରତିଯୋଗୀ ନଗଜା ନିରଞ୍ଜନା ରନର୍ସ ଅପ୍ ହୋଇଛନ୍ତି ।

ଇପସିତାଙ୍କୁ ମଧ୍ୟ ‘ମିସ୍ ପପୁଲାରିଟି ଆୱାର୍ଡ଼’ ମିଳିପାରିଛି । ସେହପରି ଭାବେ ଜାହ୍ନବୀଙ୍କୁ ମିଳିଛି ‘ମିସ୍ ଫୋଟୋଜେନିକ୍ ଆୱାର୍ଡ଼’ । ସଫଳ ପ୍ରତିଯୋଗୀ ନିରଞ୍ଜନା ଏହି ପ୍ରତିଯୋଗିତାରେ ମିସ୍ ପର୍ସନାଲିଟି ପୁରସ୍କାର ଅକ୍ତିଆର କରି ଓଡ଼ିଶାକୁ ଗୌରବାନ୍ୱିତ କରିପାରିଛନ୍ତି ।

Leave A Reply

Your email address will not be published.