Latest Odisha News

BREAKING NEWS

ବର୍ଷକୁ ୨ ଥର ହେବ ନିଟ୍ ପରୀକ୍ଷା !

ନୂଆଦିଲ୍ଲୀ: ମେଡିକାଲ କଲେଜରେ ପ୍ରବେଶ ପାଇଁ ଦେଶରେ ନ୍ୟାସନାଲ୍ ଏଲିଜିବିଲିଟି ଟେଷ୍ଟ(ନିଟ୍) ୨୦୨୧ ମସିହାରୁ ବର୍ଷକୁ ୨ ଥର ଆୟୋଜିତ କରାଯିବ।

ଇଣ୍ଡିଆନ୍ ଏକ୍ସପ୍ରେସ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରବେଶିକା ପରୀକ୍ଷା ଲାଗି ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ଇଚ୍ଛୁକ ଥିବାରୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି ।

ଏହି ପରୀକ୍ଷାକୁ ସଞ୍ଚାଳିତ କରୁଥିବା ଜାତୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ)ର ସୂଚନା ଅନୁଯାୟୀ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିବା ପରେ ଏହି ଯୋଜନାକୁ ଚୂଡାନ୍ତ କରାଯିବ ।

ଜେଇଇ ମେନ୍ ପରି ନିଟ୍ ମଧ୍ୟ ବର୍ଷକୁ ୨ଥର ଆୟୋଜିତ କରାଯିବ । ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଲଗାତାର ଦାବି କରାଯାଇ ଆସୁଥିଲା ବୋଲି ଏନଟିଏ ନିର୍ଦ୍ଦେଶକ ବିନିତ ଯୋଶୀ କହିଛନ୍ତି ।

ନିଟ୍ ମାଧ୍ୟମରେ ଏମ୍ସରେ ମଧ୍ୟ ପ୍ରବେଶ କରିହେବ ବୋଲି ନିକଟ ଅତୀତରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଥିଲେ ।

ନିଟ୍ ପରୀକ୍ଷା ବର୍ଷକୁ ୨ ଥର ଲାଗୁ ହେଲେ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀମାନେ ପୁଣି ୬ମାସ ପରେ ଆବେଦନ କରିପାରିବେ । ଯାହାଫଳରେ ଗୋଟେବର୍ଷ ଯାଏଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ ।

Leave A Reply

Your email address will not be published.