Latest Odisha News

ପାରାଦ୍ୱୀପରେ କାଉ ମଡ଼କ, ବାର୍ଡ ଫ୍ଲୁ ଚିନ୍ତାରେ ଅଞ୍ଚଳବାସୀ

ପାରାଦ୍ବୀପ : ବନ୍ଦର ନଗରୀ ପାରାଦ୍ଵୀପର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି କାଉ ମଡକ। ଅଞ୍ଚଳର ବିଭିନ୍ନ ସ୍ଥାନରେ କାଉ ମାରି ପଡିଥିବା ଦେଖିବାକୁ ମିଳିଛି। ନେହେରୁବଙ୍ଗଳା, ନୂଆବଜାର, ବଡପଡିଆ ମାର୍କେଟ ସମେତ ବୃନ୍ଦାବନ କଲୋନୀ, କେବିନ୍ ମାର୍କେଟ ପ୍ରଭୃତି ଅଞ୍ଚଳରେ ମଧ୍ୟ କାଉ ମରି ପଡିଛନ୍ତି।

ସୂଚନା ଅନୁଯାୟୀ, ଗଛରେ ବସିଥିବା କାଉଗୁଡିକ ହଠାତ୍ ତଳକୁ ଖସି ପଡିବା ସହିତ କିଛି ସମୟ ଘୁମାଇବା ପରେ ମରିଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହା ବାର୍ଡଫ୍ଲୁ ରୋଗର ଲକ୍ଷଣ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପଟେ ସହିତ ଋତୁ କାରଣରୁ ବର୍ତ୍ତମାନ ବିଦେଶାଗତ ପକ୍ଷୀ ଓଡ଼ିଶା ମୁହାଁ ହୋଇଥିବାରୁ ସେମାନଙ୍କ ଠାରୁ ଏମାନେ କୈାଣସି ସଂକ୍ରମଣର ଶିକାର ହୋଇଥିବା ସ୍ଥାନୀୟ ବାସିନ୍ଦା ଆଶଙ୍କା କରିଛନ୍ତି।

ତେବେ ଅତ୍ୟଧିକ ଶୀତର ପ୍ରକୋପରେ କାଉ ମାନଙ୍କ ମୃତ୍ୟୁ ଘଟୁଥିବା ପ୍ରକାଶ କରିଛନ୍ତି ଭେଟେନାରୀ ଡାକ୍ତର ନିରଞ୍ଜନ ବେହେରା । ସେ କହିଛନ୍ତି, ପ୍ରତ୍ୟେକ ବର୍ଷ ଏହି ସମୟରେ ଏହିପରି ଚଢ଼େଇ ମରୁଥିବା ଦେଖାଯାଉଛି। ତଥାପି ବିଭାଗ ପକ୍ଷରୁ ମୃତ ପକ୍ଷୀଙ୍କ ସ୍ବାବ୍ ସଂଗ୍ରହ କରାଯାଇ ଲ୍ୟାବକୁ ପଠାଯାଇଛି । ଏହି ଘଟଣାକୁ ନେଇ କୌଣସି ଭୟଭୀତ ହେବାର ନାହିଁ। ଏବେ ସୁଦ୍ଧା ବାର୍ଡ ଫ୍ଲୁର କୌଣସି ଆଶଙ୍କା ନାହିଁ ,  ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଡାକ୍ତର ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

 

 

Leave A Reply

Your email address will not be published.