ଭୁବନେଶ୍ୱର: ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ ହୋଇଛି । କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଏକ ହସ୍ପିଟାଲରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଭୁବନେଶ୍ୱର ସିଆରପିଏଫରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାପଡ଼ିଛି ।
୫୪ ବର୍ଷିଅ ସୁନୀଲ ପାର୍ଥ କରୋନାର ପ୍ରଥମ ପ୍ରବାହ ସମୟରେ ବେଶ୍ ଉଦ୍ୟମ କରିଥିଲେ । ଫଳରେ ଭୁବନେଶ୍ୱର ସିଆରପିଏଫରୁ କାହାର ଜୀବନହାନି ଘଟି ନଥିଲା । ସୁନୀଲ ପାର୍ଥଙ୍କ ଅଚାନକ ଦେହାନ୍ତ ସିଆରପିଏଫ କ୍ୟାମ୍ପସରେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।
Comments are closed.