Latest Odisha News

BREAKING NEWS

୧୧ ଲକ୍ଷ ସିଆରପିଏଫ ଯବାନ ହୋଲି ପାଳିବେନି

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବକୁ ଆଖି ଆଗରେ ରଖି ଭାରତୀୟ ସେନାର ୧୧ ଲକ୍ଷ ସିଆରପିଏଫ ଯବାନ ହୋଲି ମିଳନ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ । ଏକତ୍ର ହୋଇ ହୋଲି ନ ପାଳିବା ପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି । ଗତ ଥର ମଧ୍ୟ ପୁଲୱାମା ଆତଙ୍କବାଦୀ ଘଟଣାରେ ୪୦ ଯବାନ ଶହୀଦ ହୋଇଥିବାରୁ ଅର୍ଦ୍ଧସୈନିକ ବଳ ହୋଲି ପାଳନ କରି ନ ଥିଲେ ।

ଦେଶରେ କରୋନା ଭାଇରସ ତାର ପାଦ ଥାପି ସାରିଥିବାରୁ ଏଥିପ୍ରତି ସବୁ ଦିଗରୁ ସତର୍କତା ଅବଲମ୍ବନ କରାଯାଉଛି । ରିପୋର୍ଟ ମୁତାବକ ଭାରତରେ ୩୧ଜଣ ଏହି ଭାଇରାସରେ ଆକ୍ରାନ୍ତ ହୋଇ ସାରିଲେଣି ।

Leave A Reply

Your email address will not be published.