Latest Odisha News

BREAKING NEWS

ମୋଗଲ ଶାସନ କାଳରେ ହୋଲି: କ’ଣ କହେ ଇତିହାସ ? ଜାଣନ୍ତୁ

ନୂଆଦିଲ୍ଲୀ: ହୋଲିକୁ ସାଧାରଣତଃ ହିନ୍ଦୁଙ୍କ ପର୍ବ ରୂପେ ଦେଖାଯାଏ । କିନ୍ତୁ ରଙ୍ଗର ଏହି ପର୍ବ କେବଳ ହିନ୍ଦୁ ନୁହେଁ ବରଂ ଇସଲାମ ଧର୍ମ ସହିତ ଜଡିତ ଲୋକମାନେ ମଧ୍ୟ ପାଳନ କରନ୍ତି ଏବଂ ଅନେକ ବର୍ଷରୁ ଏହା ହୋଇ ଆସୁଅଛି । ଐତିହାସିକଙ୍କ ଅନୁସାରେ, ମୋଗଲ ଶାସନ କାଳରେ ମଧ୍ୟ ସେମିତି ହୋଲି ଖେଳୁଥିଲେ, ଯେମିତି ଏବେ ଖେଳୁଛନ୍ତି । ଇତିହାସରେ ମୋଗଲ ସମ୍ରାଟ ଅକବରଙ୍କ ଠାରୁ ଆରମ୍ଭ କରି ଜହାଙ୍ଗୀର ଓ ଔରଙ୍ଗଜେବଙ୍କ ପର୍ଯ୍ୟନ୍ତ ଶାସନ କାଳରେ ହୋଲି ଖେଳିବା ଓ ହୋଲି ଖେଳରେ ସାମିଲ ହେବାର ଦୃଷ୍ଟାନ୍ତ ରହିଛି ।

ଭାରତ ସହିତ ଜଡିତ ଅନେକ ମୁସଲିମ କବି ନିଜ ରଚନାବଳୀରେ ହୋଲି ବିଷୟରେ ଉଲ୍ଲେଖ କରିଛନ୍ତି । କିଛି ସ୍ଥାନରେ ହୋଲିକୁ ଇଦ୍ ଭଳି ଧୁମଧାମରେ ପାଳନ କରିବାର ଦୃଷ୍ଟାନ୍ତ ରହିଛି । ଅମୀର ଖୁସ୍ରୋଙ୍କ ଠାରୁ ଆରମ୍ଭ କରି ଇବ୍ରାହିମ ରସଖାନ, ନଜିର ଅକବରାବାଦୀ ଓ ଶାହ ନିୟାଜଙ୍କ ରଚନାବଳୀରେ ହୋଲିର ଉଲ୍ଲେଖ ଅଛି । ମୋଗଲ ସମୟର ଚିତ୍ରକଳା ହୋଲି ପାଳନ କରିବାର ପ୍ରମାଣ ଦିଏ ।

ଅକବରଙ୍କ ଶାସନରେ ହୋଲିର ବିଶେଷ ମହତ୍ୱ ଥିଲା । ଅକବରଙ୍କ ଯୋଧାବାଈଙ୍କ ସହ ହୋଲି ଖେଳିବା ଏବଂ ପୁଣି ଅକବରଙ୍କ ପରେ ଜହାଙ୍ଗୀରଙ୍କ ନୂରଜହାଁଙ୍କ ସହ ହୋଲି ଖେଳିବାର ଉଲ୍ଲେଖ ରହିଛି । ମୋଗଲ ଶାସନ କାଳରେ ଅନ୍ୟ ଦେଶର ରାଜା ମହାରାଜାଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଉଥିଲା । ଶତ୍ରୁତାକୁ ଭୁଲି ସମସ୍ତେ ହୋଲି ମିଳନ ପର୍ବର ଆୟୋଜନ କରୁଥିଲେ । ଔରଙ୍ଗଜେବଙ୍କ ହୋଲିର ବର୍ଣ୍ଣନା ଷ୍ଟେନଲେ ଲେନ୍ ପୁଲଙ୍କ ପୁସ୍ତକ ‘ଔରଙ୍ଗଜେବ ଆଣ୍ଡ ଦ ଡିକେ ଅଫ୍ ଦ ମୁଗଲ ଅମ୍ପାୟର’ରେ ମିଳେ ।

Leave A Reply

Your email address will not be published.