ଶ୍ରୀନଗର: ସହି ହେଲାନି ବରିଷ୍ଠ ଅଧିକାରୀଙ୍କ ଚାପ । ନିଜକୁ ନିଜେ ଗୁଳି ଆତ୍ମହତ୍ୟା କଲେ ଯବାନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କାଶ୍ମିରର ରାମବାନ ଜିଲ୍ଲାରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ବିହାର ବକ୍ସର ଜିଲ୍ଲାର ମୂଳ ବାସିନ୍ଦା ଶ୍ରୀ ଅନୂପ ଯାଦବଙ୍କ ପୁଅ ବଶିତ ନାରାୟଣ ଯାଦବ CRPF ଯବାନ ଭାବରେ କାର୍ଯ୍ୟରତ ଥିଲେ। ବଶିତ ଜମ୍ମୁ କାଶ୍ମୀର ଜାତୀୟ ରାଜପଥ ନିକଟରେ ଥିବା ବନିହାଲ ଟନେଲ ନିକଟରେ ଡ୍ୟୁଟି କରୁଥିଲେ। ତେବେ ଶନିବାର ରାତି ପ୍ରାୟ ୧୧.୪୫ ସମୟରେ ଡ୍ୟୁଟିରେ ଥିବା ସମୟରେ ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳି କରିଥିଲେ ଯବାନ।
ଘଟଣା ସମ୍ପର୍କରେ ଜଣା ପଡିବା ପରେ ବନିହାଲ ପୋଲିସ ଷ୍ଟେସନରେ IPC ଧାରା ୧୭୪ ଆଧାରରେ ଯାଞ୍ଚ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ସେପଟେ ଯବାନ ଜଣଙ୍କ କେଉଁ କାରଣରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ଜଣା ପଡ଼ିନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ଅଧିକାରୀମାନେ ସୂଚନା ଦେଇଛି।
Comments are closed.