Latest Odisha News

BREAKING NEWS

ସିଆରପିଏଫ୍ ଯବାନ ପ୍ରସୂତି ଓ ନବଜାତ ଶିଶୁର ଜୀବନ ବଞ୍ଚାଇଲେ

ମାଲକାନଗିରି : ସିଆରପିଏଫ୍ ଯବାନଙ୍କ ମହାନତା । ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲାରେ ଜଣେ ପ୍ରସୂତିଙ୍କ ଜୀବନକୁ ବଞ୍ଚାଇ ପୁଣି ଥରେ ମାନବିକାତାର ପରିଚୟ ଦେଇଛନ୍ତି ମାଓ ପ୍ରବଣ ଅଞ୍ଚଳରେ ନିୟୋଜିତ ସୁରକ୍ଷା କର୍ମୀ। ଗତକାଲି ଡିଆରଜି ଓ ସିଆରପିଏଫର ଯବାନ ମାନେ କମ୍ବିଂ ଅପରେସନ କରିବା ପାଇଁ ମିନପା ଗାଁର ଏଲମାଗୁଣ୍ଡା ଜଙ୍ଗଲକୁ ଯାଇଥିଲେ।

ଏହ ସମୟରେ ଜଣେ ଆଦିବାସୀ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବା ଦେଖିଥିଲେ । ପରେ ସିଆରପିଏଫ୍ ଯବାନ ମାନେ ଆଦିବାସୀ ମହିଳାଙ୍କୁ ଘରେ ପ୍ରସବ କରାଇ ଏକ ଶିଶୁର ଜନ୍ମ କରାଇଥିଲେ । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ୧୦ କିଲୋମିଟର ଖଟିଆରେ ବୋହି ନେଇ ଉଭୟ ମା ଓ ଶିଶୁଙ୍କୁ ମୁଖ୍ୟ ରାସ୍ତା ପାଖରେ ଅଟକିଥିବା ସିଆରପିଏଫ୍ ଆମ୍ବୁଲାନ୍ସ ପାଖରେ ଛାଡିଥିଲେ।

ତୁରନ୍ତ ମହିଳା ଓ ନବଜାତ ଶିଶୁଙ୍କୁ  ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ଏବେ ସୁସ୍ଥ ଅଛନ୍ତି। ଯବାନଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ଗାଁ ଲୋକ। ଏହି ଅବସରରେ ଯବାନ ମାନେ ଗାଁ ଲୋକଙ୍କୁ ଭୋଜି ଦେବା ସହ ଦୀପାବଳି ପର୍ବକୁ ନିଆରା ଢଙ୍ଗରେ ପାଳିଥିଲେ।

Leave A Reply

Your email address will not be published.