Latest Odisha News

BREAKING NEWS

ଘାଟି ତଳକୁ ଖସିଲା ସିଆରପିଏଫ୍ ଗାଡି: ୨ ଯବାନ ମୃତ, ଅନେକ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲାରେ ଯବାନଙ୍କ ଗାଡ଼ି ଦୁର୍ଘଟଣା। ବସନ୍ତଗଡ଼-କାଣ୍ଡଭା ରାସ୍ତାରେ ଘାଇକୁ ଓଲଟିଲା ଗାଡ଼ି। ୨ CRPF ଯବାନ ମୃତ, ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି- କଣ୍ଡୱା-ବସନ୍ତଗଡ଼ ଅଞ୍ଚଳରେ CRPF ର ଏକ ଗାଡ଼ି ସହିତ ଘଟିଥିବା ସଡ଼କ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ। ଗାଡ଼ିରେ CRPF ର ଅନେକ ସାହସୀ ଯବାନ ଥିଲେ। ମୁଁ ବର୍ତ୍ତମାନ ଡିସି ସଲୋନୀ ରାୟଙ୍କ ସହ କଥା ହୋଇଛି ଯିଏ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ମୋତେ ସୂଚନା ଦେଉଛନ୍ତି। ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି। ସ୍ଥାନୀୟ ଲୋକମାନେ ସ୍ୱଇଚ୍ଛାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସୁନିଶ୍ଚିତ କରାଯାଉଛି।

ଏହି ଦୁଃଖଦ ଘଟଣାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳକୁ ଆମ୍ବୁଲାନ୍ସ ମଧ୍ୟ ପଠାଯାଇଛି। ଗାଡ଼ିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ପୋଲିସ ତଦନ୍ତ ଆରମ୍ବ କରିଛି। CRPF ତରଫରୁ କୁହାଯାଇଛି ଯେ ୧୮୭ ତମ ବାଟାଲିୟନର ଏକ ଗାଡ଼ି ଯେଉଁଥିରେ ୧୮ ଜଣ ଯବାନ ଥିଲେ। ଆଜି ସକାଳ ପ୍ରାୟ ୧୦:୩୦ ସମୟରେ ଏହି ଗାଡ଼ିଟି ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ କଣ୍ଡୱାରୁ ବସନ୍ତଗଡ଼ ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଘାଇରେ ଖସି ପଡ଼ିଥିଲା।

Comments are closed.