ଭୁବନେଶ୍ୱର:ଉତ୍କଳ ଦିବସ ପାଳନ ଅବସରରେ ଲୋକଙ୍କ ସୁବିଧା ପାଇଁ କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ୬ଟି ନୂଆ ରୁଟରେ ମୋ ବସ ଗଡିବ ବୋଲି ଘୋଷଣା କରାଯାଇଛି । ଷ୍ଟିଲ ସିଟି ରାଉରକେଲା ଏବଂ ତାର ଆଖପାଖ ସୁନ୍ଦରଗଡ ଅର୍ବାନ ଟ୍ରାନ୍ସପୋର୍ଟ ଅଞ୍ଚଳର ୬ଟି ନୂଆ ରୁଟରେ ମୋ ବସ ଗଡିବ । ଏହି ରୁଟର ତାଲିକା ଏବଂ ସମୟ ସୀମା ସମ୍ପର୍କରେ ଶନିବାର ସୂଚନା ଦିଆଯାଇଛି ।
କ୍ରୁଟ ପକ୍ଷରୁ ଲୋକଙ୍କୁ ସହଜ, ସୁବିଧା ଏବଂ କମ ପଇସାରେ ଯାତାୟାତ ସୁବିଧା ଯୋଗାଇ ଆସୁଛି । ତେଣୁ ଲୋକଙ୍କ ଦାବି ମଧ୍ୟ ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଉରକେଲାର ୬ଟି ସ୍ଥାନରେ ମୋ ବସ ଚଳାଚଳ କରିବା ପାଇଁ ଘୋଷଣା କରାଯାଇଛି । ଏହି ସବ ରୁଟ ଗୁଡିକ ହେଲା
ରୁଟ ୧୧୦-ରାଉରକେଲା ନିଉ ବସ ଷ୍ଟାଣ୍ଡ-କଲୁଙ୍ଗା (ଭାୟା ରଘୁନାଥ ପାଲି)
ରୁଟ ୧୧୩- ରାଉରକେଲା ନିଉ ବସ ଷ୍ଟାଣ୍ଡ-ଉସ୍ରା(ଭାୟା-ଏନଏଚ)
ରୁଟ୍ ୧୧୪- ରାଉରକେଲା ନିଉ ବସ ଷ୍ଟାଣ୍ଡ-ନୂଆଗାଁ (ଭାୟା-ହାତିବାରି)
ରୁଟ ୧୧୫- ରାଉରକେଲା ନିଉ ବସ ଷ୍ଟାଣ୍ଡ-ପୋଟାବ (ଭାୟା ହାତିବାରି)
ରୁଟ ୧୧୬-ରାଉରକେଲା ନିଉ ବସ ଷ୍ଟାଣ୍ଡ-ଲୋରମ (ଭାୟା ଏନଆଇଟି, ଜଗଦା ଚୌକ, ଖୁଟାଗାଁ, ସୋରଡା)
ରୁଟ ୧୧୭- ରାଉରକେଲା ନିଉ ବସ ଷ୍ଟାଣ୍ଡ-ଜରଇକେଲା (ଭାୟା-ବଣ୍ଡାମୁଣ୍ଡା, ବିସ୍ରା)
ମୋ ବସ ଚଳାଚଳ ନେଇ CRUTର ଏମଡି ବିଜୟ ଅମୃତ କୁଲଙ୍ଗେ କହିଛନ୍ତି, ଆମେ ସବୁବେଳେ ଲୋକଙ୍କଠାରୁ ପାଉଥିବା ଦାବି, ଅଭିଯୋଗକୁ ଗରୁତ୍ୱ ଦେଇ ଆସୁଛୁ । ସୁନ୍ଦରଗଡବାସୀଙ୍କଠାରୁ ଅନେକ ଅନୁରୋଧପତ୍ର ପାଇବା ପରେ ଏହିସବୁ ନୂଆ ରୁଟରେ ବସ ଚଳାଳଚ ନେଇ ନିଷ୍ପତ୍ତି ନେଇଛୁ । ଉତ୍କଳ ଦିବସ ଅବସରରେ ଏହି ନୂଆ ରୁଟରେ ବସ ଚଳାଚଳ କରିବ ।
📢Notice
Based on the feedback of our commuters and addition of new routes in Rourkela, the #MoBus time schedule has been revised for your convenience. Please find the updated schedule attached for Capital Region and Rourkela w.e.f 1st April, 2023.#MoBusForBetterYou pic.twitter.com/p2W22uslvo
— Capital Region Urban Transport (@CRUT_BBSR) March 31, 2023
Comments are closed.