ଭୁବନେଶ୍ୱର: ଏଣିକି ସପ୍ତାହକୁ ୨ ଥର ଆମ ବସରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀ। ଆଉ ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ନେବେ ମତାମତ। ଏନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ କ୍ରୁଟ୍ର ସମସ୍ତ ସଦସ୍ୟମାନଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବସ୍ରେ ଯାତ୍ରା କରି ବିସୃତ ଅନ୍ଲାଇନ୍ ଫର୍ମ ମାଧ୍ୟମରେ ଆମ ବସ୍ର ପ୍ରତ୍ୟେକ ସେବାର ସ୍ୱରୂପ ଉପରେ ମତାମତ ସଂଗ୍ରହ ହେବ। ଡ୍ରାଇଭରଙ୍କ ପାଖ ସିଟରେ ବସିବେ ଅଧିକାରୀ। ଯାତ୍ରୀଙ୍କ ମତାମତ ନେବେ। ମତାମତକୁ ଆଧାର କରି ଯଥାସମ୍ଭବ ସେବାର ଉନ୍ନତୀକରଣ ପାଇଁ କାର୍ଯ୍ୟ କରାଯିବ।
To enhance #AmaBus services, @ThirumalaNaik4, MD CRUT, has directed all staff to ride the bus twice a week for firsthand commuter insights.
Today he travelled on Route 10 & 13 during peak hours and interacted with commuters.
Soon commuter feedback form will be available online. pic.twitter.com/aCfpnYBrBX
— Capital Region Urban Transport (@CRUT_BBSR) August 6, 2025
ଡକ୍ଟର ଏନ୍ ଥିରୁମାଲା ନାଏକ ଗତକାଲି ନିଜେ କ୍ରୁଟ୍ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରୁଟ୍ ବସରେ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ରୁଟ୍ରେ କିଟ୍ ଛକରୁ ଇନ୍ଫୋସିଟି ଏବଂ ୧୩ ନମ୍ବର ରୁଟ୍ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଛନ୍ତି । ନିଜେ ଟିକେଟ୍ କାଟି ଆମ ବସ୍ରେ ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା ଅନୁଭୂତି ନେଇଛନ୍ତି। ଯାତ୍ରୀ ଅନୁଭୂତି ପାଇଁ ଆମବସ୍ ମୋବାଇଲ୍ ଆପ୍ଲିକେସନ୍ରେ ମଧ୍ୟ ଏକ ମତାମତ ଫର୍ମ ଯୋଡ଼ା ହେବ। ଯେଉଁଥିରେ ନିୟମିତ ଭାବେ ବିଭିନ୍ନ ମତାମତକୁ ନେଇ ଆମ ବସ୍ ସେବାକୁ ଉନ୍ନତ କରିବାରେ ସହାୟକ ହେବ। ଏକ ଶ୍ରେଷ୍ଠ ଓ ପରିବେଶ ଅନୁକୂଳ ଜନପରିବହନ ସେବା ଯୋଗାଇବା ସହିତ ଯାତ୍ରୀମାନଙ୍କୁ ଏକ ସନ୍ତୁଷ୍ଟି ଯାତ୍ରା ଅନୁଭୂତି ପ୍ରଦାନ କରିବା କ୍ରୁଟ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି କୁହାଯାଇଛି।
Comments are closed.