Latest Odisha News

ପାକିସ୍ତାନକୁ ଓଟିପି ସେୟାରିଂ ମାମଲା, କ୍ରିପ୍ଟୋରେ କୋଟିଏ ନିବେଶ କରିଥିଲେ ଅଭିଯୁକ୍ତ

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏସଟିଏଫର ସୂଚନା ଅନୁସାରେ, ଗିରଫ ୨ ଅଭିଯୁକ୍ତ ଯାଜପୁରର ପ୍ରୀତମ କର ଓ ନୟାଗଡ଼ର ସରୋଜ ନାୟକ କ୍ରିପ୍ଟୋରେ ନିବେଶ କରିଥିଲେ ।

ଅଭିଯୁକ୍ତ ପ୍ରୀତମ ଇମେଲ୍ ଆଇଡି ଓ ୨ଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ନିବେଶ କରୁଥିଲା । ୨ ବର୍ଷ ମଧ୍ୟରେ ସେ ୧ କୋଟିରୁ ଅଧିକ ଟଙ୍କାର କାରବାର କରିଥିବା ଜଣାପଡ଼ିଛି । ଏପରିକି ଏକାଧିକ ଦେଣନେଣ ନିଷିଦ୍ଧ ଆକାଉଣ୍ଟରୁ ହୋଇଛି । ଯାହାକି ଭାରତ ବାହାରୁ ହୋଇଥିବା ଜଣାପଡ଼ିଛି ।

ତଦନ୍ତରୁ ଜଣାପଡ଼ିଛି, କ୍ରିପ୍ଟୋରେ ନିବେଶ ପାଇଁ ପ୍ରୀତମଙ୍କ ସହ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ପ୍ରାୟ ହଜାରେ ଜଣଙ୍କୁ ରେଫର୍ କରିଥିଲେ । ସେହିଭଳି ଅନ୍ୟତମ ଅଭିଯୁକ୍ତ ନୟାଗଡ଼ର ସରୋଜ ନାୟକ ମଧ୍ୟ କ୍ରିପ୍ଟୋରେ ୩ ଲକ୍ଷ ନିବେଶ କରିଛି । ଏକାଧିକ ଉଠାଣ ଭାରତ ବାହାରୁ ହୋଇଛି । ଉଭୟଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ବନ୍ଦ କରି ଦେଇଛି ଏସଟିଏଫ୍ ।

ଏହା ପୂର୍ବରୁ ମେ ୧୪ରେ ଏସଟିଏଫ୍ ରେଡ୍ କରି ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା । ୪୭ଟି ସିମ୍ କାର୍ଡ ସହ ୬୧ଟି ଏଟିଏମ୍ ଜବତ କରିଥିଲା । ପରେ ଜୁନ୍ ୮ରେ ନୟାଗଡ଼ରୁ ପ୍ରଦ୍ୟୁମ୍ନ ସାହୁଙ୍କୁ ଏସଟିଏଫ୍ ଗିରଫ କରିଥିଲା । ଜୁନ୍ ୧୧ରେ ଯାଜପୁରରୁ ପ୍ରୀତମ କରଙ୍କୁ ଗିରଫ କରିବା ସହ ଅନେକ ସାମଗ୍ରୀ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା ।

Leave A Reply

Your email address will not be published.