Latest Odisha News

ଶେଷରେ ଘରକୁ ଚେନ୍ନାଇ ରଙ୍ଗରେ ରଙ୍ଗେଇଦେଲେ ଧୋନୀ ପ୍ରଶଂସକ

ମାଡ୍ରାସ:ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଭଲ ପ୍ରଦର୍ଶନ କରୁ ନ ଥିଲେ ମଧ୍ୟ ଏହାର ପ୍ରଶଂସକ କିନ୍ତୁ ଏବେ ବି ବିଶ୍ୱାସ ତୁଟି ନାହିଁ । ତାମିଲନାଡୁର ଗୋପୀ କ୍ରିଷ୍ଣନ ଏବଂ ତାଙ୍କ ପରିବାର ସଦସ୍ୟ ଧୋନୀ ଏବଂ ଚେନ୍ନାଇ ପ୍ରତି ଏତେ ମାତ୍ରାରେ ଭାବପ୍ରବଣ ହୋଇ ପଡିଲେ ଯେ, ଶେଷରେ ଘରକୁ ହଳଦିଆ ରଙ୍ଗରେ ରଙ୍ଗେଇ ଦେଲେ । ଘରର ନାମ ରଖିଲେ ହୋମ ଅଫ ଧୋନୀ ଫ୍ୟାନ ।

ଏହି ଫଟୋ ସୋସିଆଲ ସାଇଟରେ ଶେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇ ଅଫିସିଆଲ ଟୁଇଟର ପେଜରେ ମଧ୍ୟ ଏହି ଫଟୋକୁ ଶେୟାର କରିଛି । ଘରକୁ ଚେନ୍ନାଇ ରଙ୍ଗରେ ରଙ୍ଗେଇବା ପାଇଁ ଗୋପୀଙ୍କୁ ୨ ଲକ୍ଷ ପାଖାପାଖି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ।

Comments are closed.