Latest Odisha News

BREAKING NEWS

ରାଜ୍ୟରେ ଦୁଇ ଗୁଣା ହୋଇଛି ସିଏସଆର ପାଣ୍ଠି; ଜଳବାୟୁ ଏବଂ ସବୁଜ ଶକ୍ତି ଉପରେ ଧ୍ୟାନ ଦିଆଯାଉ

ଭୁୁବନେଶ୍ୱର: ରାଜ୍ୟରେ ବଢୁଛି ସିଏସଆର(କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି) ଅର୍ଥାତ୍ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପାଣ୍ଠି । ୨୦୧୫ ଅପେକ୍ଷା ଦୁଇ ଗୁଣା ହୋଇଛି ୨୦୧୯ରେ । ରାଜ୍ୟରେ ବିକଶିତ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ସାମାଜିକ ମଙ୍ଗଳ ବା ବିକାଶ ସକାଶେ ଏକ ପ୍ରତିଦ୍ୱନ୍ଦିତା ହେଉଥିବା ପରିଲକ୍ଷୀିତ ହୋଇଛି ।

ମଙ୍ଗଳବାର ରାଜ୍ୟସ୍ତରୀୟ ସିଏସଆର କନକ୍ଲେଭରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ୨୦୧୫ ମସିହାରେ ସିଏସଆର ପାଣ୍ଠି ୧୦ ହଜାର କୋଟି ଟଙ୍କାର ହୋଇଥିଲା । ୨୦୧୯ ବେଳକୁ ଏହା ପ୍ରାୟ ଦୁଇ ଗୁଣା ସଂଖ୍ୟା ନିକଟତର ହୋଇଛି । ୧୯ ହଜାର କୋଟି ଟଙ୍କାରେ ପହଞ୍ଚିଛି ସିଏସଆର ପାଣ୍ଠି ।

ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଦାନ୍ତ, ଜେଏସପିଏଲ, ଜେଏସଡଚ୍ଲୁ, ଏମସିଏଲ, ହାଲ୍, ଆର୍ସେଲର ମିତ୍ତଳ, ହିଣ୍ଡାଲକୋ ଆଦି ପ୍ରମୁଖ ଶିଳ୍ପ ସଂସ୍ଥା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସିଜେ ଭେନୁଗୋପାଲ ଓ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଜଣାଶୁଣା କର୍ପୋରେଟ ଚେହେରା ତପନ ଚାନ୍ଦ ।

ରାଜ୍ୟ ଅଭିବୃଦ୍ଧିରେ ସିଏସଆର ପାଣ୍ଠିର ବଡ଼ ଭୂମିକା ଅଛି । ଗୋଟିଏ ମଞ୍ଚରେ ସମସ୍ତ ଶିଳ୍ପ ସଂସ୍ଥା ଏକାଠି ହେବାର ପ୍ରତିବଦ୍ଧତା ପ୍ରଶଂସନୀୟ । ଜଳବାୟୁ ଓ ସବୁଜ ଶକ୍ତି ଉପରେ ଧ୍ୟାନ ଦେବାର ସମୟ ଆସିଛି ବୋଲି ଅତିଥିଗଣ ଆଲୋଚନାରେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.