କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ କେଉଁଠାରେ ଆୟୋଜିତ ହେବ ତାହା ଏବେ ବି ଚୂଡାନ୍ତ ହୋଇନି । ଯଦି ଏହା ପାକିସ୍ତାନରେ ନ ହୁଏ ତେବେ ପିସିବିର ବଡ କ୍ଷତି ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇସିସି ଓ ବିସିସିଆଇ ହାଇବ୍ରିଡ ମଡେଲ ଉପରେ ଜୋର ଦେଉଥିବା ବେଳେ ପିସିବି ତାର ଆଭିମୁଖ୍ୟ ସ୍ପଷ୍ଟ କରିନି । ଟୁର୍ଣ୍ଣାମେଂଟରୁ ହଟିବା ମଧ୍ୟ ପିସିବି ପକ୍ଷେ ଏତେଟା ସହଜ ହେବନି । ଆୟୋଜକ ସମେତ ସମସ୍ତ ଦେଶ ଆଇସିିସି ଟୁର୍ଣ୍ଣାମେଂଟରେ ଖେଳିବା ନେଇ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ଏଥିରେ ସାଇନ କଲେ ଆୟୋଜକ ଦେଶ ଆୟର ଅଂଶୀଦାର ହୋଇଥାଏ ।
ଭିିତିରିଆ ରିପୋର୍ଟ ଅନୁସାରେ ଆଇସିସି ଓ ବିସିସିଆଇ କଥା ମାନିବା ବ୍ୟତୀତ ପିସିବି ନିକଟରେ ଆଉ କିଛି ବିକଳ୍ପ ନାହିଁ । ଆୟୋଜକ ଅଧିକାର ହରେଇଲେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ଭାରତ ପାଇଁ ବଡ ସମସ୍ୟା ହେବନି କିନ୍ତୁ ପିସିବିର ପ୍ରଭୂତ୍ୱ କ୍ଷତି ହେବ । ଏବେ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବାକୁ ଯାଉଥିବା ଅନ୍ୟ ଦେଶମାନେ ସୁରକ୍ଷା ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି ।