Latest Odisha News

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଲାହୋରରେ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା, ଅନୁମତି ଅପେକ୍ଷାରେ ବିସିସିଆଇ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ଏହି ମୁକାବିଲା ଫେବୃୟାରୀ ୧୯ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ । ୧୦ ମାର୍ଚ୍ଚ ରିଜର୍ଭ ଡେ ରହିବ । ଲାହୋରରେ ପାକିସ୍ତାନ କ୍ରିକେଟ ବୋର୍ଡ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ସହ ମାର୍ଚ୍ଚ ୧ରେ ମ୍ୟାଚ କରିବା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରିଛି । ବିସିସିଆଇ ଏବେ ବି ଏହି ଅସ୍ଥାୟୀ କାର୍ଯ୍ୟସୂଚୀ ନେଇ କୌଣସି ବୟାନ ଜାରୀ କରିନି । ଭାରତ ସରକାରଙ୍କ ଅନୁମତି ମିଳିବା ପରେ ଟିମ ପାକିସ୍ତାନ ଯିବ କି ନାହିଁ ତାହା ସ୍ପଷ୍ଟ ହେବ । ୧୯୯୬ ପରେ ପ୍ରଥମ ଥର ପାଇଁ ପାକିସ୍ତାନ କୌଣସି ବଡ ଟୁର୍ଣ୍ଣାମେଂଟ ଆୟୋଜନ କରିବାକୁ ଯାଉଛି । ୨୦୦୮ରେ ଶେଷ ଥର ପାଇଁ ଏସିଆ କପ ଆୟୋଜନ କରିଥିଲା ।

ପିସିବି ଅଧ୍ୟକ୍ଷ ମୋହିସୀନ ନକବୀ ୧୫ ମ୍ୟାଚର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଏଥିରେ ଭାରତର ସମସ୍ତ ମ୍ୟାଚ ସୁରକ୍ଷା ଏବଂ ଅନ୍ୟ କାରଣରୁ ଲାହୋରରେ କରାଯିବ ବୋଲି ସ୍ଥିର କରାଯାଇଛି । ଲାହୋରରେ ୭, କରାଚୀ ୩ ଓ ରାୱଲପିଣ୍ଡିରେ ୫ ମ୍ୟାଚ ଖେଳାଯିବ । ସେମିଫାଇନାଲ କରାଚୀ ଓ ରାୱଲପିଣ୍ଡିରେ ଖେଳାଯିବ । ଲାହୋରରେ ଫାଇନାଲ ମ୍ୟାଚ ହେବ । ଟିମଗୁଡିକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଭାରତ ଗ୍ରୁପ ଏରେ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ସହିତ ରହିଛି । ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଆଫଗାନିସ୍ତାନ ରହିଛନ୍ତି ।

Leave A Reply

Your email address will not be published.